Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଶଗଡ ଉପରେ ମାଡିଗଲା ହାଇଓ୍ୱା, ୪ ବଳଦ ମୃତ

28/01/2021 at 3:36 PM

ବଲାଙ୍ଗୀର,୨୮/୦୧: ବଲାଙ୍ଗୀର ଜିଲ୍ଲା  ପାଟଣାଗଡ଼ ରାସ୍ତା ଧୁବଲପଡ଼ା ନିକଟରେ ଗୁରୁବାର  ଭୋର୍‌ ସକାଳୁ ୩ଟି ଶଗଡ଼ ଗାଡ଼ି ଉପରେ ଏକ ହାଇୱା ଚଢ଼ି ଯାଇଛି । ଏଥିରେ  ଘଟଣା ସ୍ଥଳରେ ୪ ବଳଦର ମୃତ୍ୟୁ ହେବା ସହ ୩ ଜଣ ବ୍ୟକ୍ତି ଗୁରୁତର ଥିବା ଜଣାପଡ଼ିଛି ।

ସୂଚନାନୁସାରେ, କିଛି ବ୍ୟକ୍ତି ଭଇଁଷା ଗାଁରୁ ଧୁବଲପଡ଼ାକୁ ପାଳ ନେବା ପାଇଁ ଶଗଡ଼ ଧରି ଆସୁଥିଲେ । ସେହି ସମୟରେ ବଲାଙ୍ଗିର ପଟୁ ପାଟଣାଗଡ଼ ଆଡ଼କୁ ଦୃତ ଗତିରେରେ ଯାଉଥିବା ଏକ ହାଇୱା ଗାଡ଼ି (ଓଡ଼ି-୦୩ଜି-୪୭୯୯) ଶଗଡ଼ଗୁଡ଼ିକ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଶଗଡ଼ରେ ଯୋଖା ହୋଇଥିବା ୪ ବଳଦଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶଗଡ଼ରେ ଥିବା ଭଇଁଷା ଗାଁର ଶେଷଦେବ ପଟେଲ, କୃଷ୍ଣନିଧି ସାହୁ ଓ ଦିଲୁ ଭୁଏ ଗୁରୁତର ହୋଇଛନ୍ତି ।

ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଆଯାଇଛି l ଦୁର୍ଘଟଣା ଘଟାଇ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଏହି ଘଟଣାରେ ଉତ୍ୟକ୍ତ ହୋଇ ରାସ୍ତା ରୋକ୍ କରିଥିବା ଯୋଗୁଁ ବଲାଙ୍ଗିର -ପାଟଣାଗଡ଼  ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ କିଛି ସମୟ ହୋଇଥିଲା ।

   Related Posts