ପୋଡି ହୋଇ ଓଏସଏପିର ୩ ଜବାନ ଗୁରୁତର, ମଶା ଧୂପରୁ ନିଆଁ ଲାଗିଥିବା ସୂଚନା

Published By : Prameya-News7 Bureau | November 09, 2020 IST

ଭଦ୍ରକ ୯।୧୧: ନିଆଁରେ ପୋଡି ହୋଇ ଓଏସଏପିର ୩ ଜବାନ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ପଞ୍ଚମ ବାଟାଲିୟନର ପୋଲିସ କର୍ମଚାରୀ ଡ୍ୟୁଟିରେ ମୁତୟନ ହୋଇଛନ୍ତି । ଡ୍ୟୁଟି ପରେ ଥାନା ପରିସରରେ ଥିବା ଷ୍ଟୋର ରୁମ୍ ନିକଟରେ ଶୋଇଥିଲେ । ଶୋଇବା ବେଳେ ମଶା ଧୁପ ଲଗାଇଥିଲେ । ହଠାତ୍ ମଶା ଧୂପରୁ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୩ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.