ହୀରାକୁଡ ଡ୍ୟାମର ନିଷିଦ୍ଧାଂଚଳରୁ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ : ସାଙ୍ଗରେ ମନ୍ତ୍ରୀଙ୍କ ଝିଅ
16/12/2019 at 11:34 AM

ସମ୍ବଲପୁର ୧୬/୧୨: ହୀରାକୁଦ ଡ୍ୟାମର ନିଷିଦ୍ଧାଂଚଳରୁ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ୍ ହୋଇଛି । ହୀରାକୁଦ ଡ୍ୟାମ ଉପରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବା ନିଷିଦ୍ଧ ତଥା ଦଣ୍ଡନୀୟ । ତେବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଷିଦ୍ଧାଂଚଳରୁ ଭିଡିଓ ଉତ୍ତୋଳନ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସମ୍ବଲପୁରର ବୁଦ୍ଧିଜୀବି କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭିଡିଓରେ ତିନି ଜଣ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତ ରାୟ ଓ ଲଭଲି ଥିବାବେଳେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ମଧ୍ୟ ଏହି ଭିଡିଓରେ ଅଛନ୍ତି । ଦୁଇ ଦିନ ତଳେ କୌଣସି ଏକ କାର୍ଯ୍ୟକ୍ରମରେ ଓଲିଉଡ ଇଣ୍ଡ୍ରଷ୍ଟିଜର ତିନି ଜଣ ଅଭିନେତ୍ରୀ ସମ୍ବଲପୁର ଆସିବା ସହ ହୀରାକୁଦ ଡ୍ୟାମ ବୁଲିବାକୁ ଯାଇଥିଲେ । ସେଠାରେ ଡ୍ୟାମ ଉପରକୁ ଯାଇ ନିଷିଦ୍ଧାଂଚଳରେ ଫଟୋ ସାଙ୍ଗରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
