Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରାହାକୁ କାର ଧକ୍କାଦେବା ଯୋଗୁଁ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ: ମୃତ ବାରହାକୁ ନେଇ ଖାଇଦେଲେ ଗ୍ରାମବାସୀ, ବନବିଭାଗ ଚୁପ

11/05/2019 at 5:55 PM

ଢେଙ୍କାନାଳ ୧୧|୫: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ବଡ କଥା ହେଲା ଏହି ଦୁର୍ଘଟଣାରେ ମୃ୍ତ୍ୟୁ ହୋଇଥିବା ଗୋଟିଏ ବାରହାକୁ ସ୍ଥାନୀୟ ଲୋକେ ନେଇ ମାରି ଖାଇଦେଇଥିବା ଆସିଛି ଅଭିଯୋଗ । ବନ ବିଭାଗ ପାଖରେ ଖବର ଥିଲେ ବି ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଉଦ୍‌ବେଗ ସୃଷ୍ଟି କରିଛି । ..

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ ପରିବାରର ଶାଶୁ, ଶୁଶ୍ବରୁ ଓ ବୋହୁଙ୍କ ମୃତ୍ୟୁ । ଦୁର୍ଘଟଣାରେ ୨ ଛୋଟ ନାତି ନାତୁଣି ଓ ପୁଅ ଗୁରୁତର ଆହତ । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର-ଢେଙ୍କାନାଳ ମୁଖ୍ୟ ରାସ୍ତାର ସୋଗର ଶାଳୁଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ରାଉରକେଲାରୁ ସମୀର ଜେନାଙ୍କ ପରିବାର ନିଜ ଘର ଜଗତସିଂପୁରର ଡିହସାହିକୁ ଏକ କାରରେ ଆସୁଥିଲେ । ତେବେ ରାସ୍ତା ଉପରକୁ ହଠାତ୍‌ ଏକ ବାରାହ ଚାଲିଆସିବାରୁ ଗାଡିଟି ତା ସହ ଧକ୍କା ଖାଇ ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ସମୀର ନିଜେ ଓ ତାଙ୍କ ବାପା, ମା, ପତ୍ନୀ , ଦୁଇ ପୁଅ ଝିଅ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସମୀରଙ୍କ ବାପା ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତା କରାଯାଇଥିବା ବେଳେ ସେଠାର ସମୀରଙ୍କ ମାଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଚିକିତ୍ସା ଚାଲିଛି । ଦୁର୍ଘଟଣାର ବାରହାର ବି ମୃତ୍ୟୁ ହୋଇଥିଲା ।

ତେବେ ସବୁଠୁ ବଡ କଥା ହେଲା ଦୁର୍ଘଟଣା ପରେ ମରିଯାଇଥିବା ବାରହାକୁ ସ୍ଥାନୀୟ ଲୋକେ ନେଇ ଚାଲିଯାଇଥିଲେ । ବାରହାକୁ କାଟି ତାର ମାଂସ ଭାଗବାଣ୍ଟି ନେଇଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଳାବେରଣୀ ଫରେଷ୍ଟର ଦୁର୍ଘଟଣା ସ୍ଥାନଠାରୁ ବାରହାର ରକ୍ତ, ପୁଟା ସଂଗ୍ରହ କରି ଆଣିଛନ୍ତି । ତେବେ ବାରହା କୁଆଡେ ଗଲା ସେ ସଂପର୍କରେ ପଚାରିବାରୁ ସେ କୌଣସି ଉତ୍ତର ଦେଇନାହାନ୍ତି । ବରଂ ସେ ସଂପର୍କରେ କହିବାକୁ ସେ ଅଥୋରିଟି ନୁହନ୍ତି ବୋଲି କହି ଘଟଣାକୁ ଏଡାଇଯିବାକୁ ଚେଷ୍ଟା କରିଛନ୍ତି ।

ଫରେଷ୍ଟ ଅଫିସର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଘଟିଛି ଏହି ଘଟଣା ।ହେଲେ ସ୍ଥାନୀୟ ଲୋକେ ବାରହା ନେଇ ମାଂସ ଖାଇଗଲେ ଏ ଖବର ସ୍ଥାନୀୟ ବନ ବିଭାଗ ପାଖରେ ଖବର ରହିଲା ନାହିଁ । ରାଜ୍ୟ ସରକାର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗର ଏପରି ଦାୟିତ୍ବହୀନତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି

   Related Posts