Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସଟ୍ ଡାଉନ୍ କଟକଣା କଡା : ତଦାରଖ ଦାୟିତ୍ୱରେ ୩ ବରିଷ୍ଠ ଆଇଏଏସ, ସୁରକ୍ଷା ସମ୍ଭାଳିବାକୁ ବ୍ୟାପକ ପୋଲିସ ମୁତୟନ

24/04/2020 at 5:55 PM

କୋଲକାତା ଫେରନ୍ତାଙ୍କ ପାଇଁ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏହାକୁ ଚେକ୍‌ ଦେବାକୁ ଗୁରୁବାର ରାତି ୧୦ଟାରୁ ୬୦ ଘଣ୍ଟା ପାଇଁ ମାନେ ଆସନ୍ତା ରବିବାର ସକାଳ ୧୦ଯାଏ ଏହି ତିନି ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟ୍ ଡାଉନ୍ ରଖିଛନ୍ତି ରାଜ୍ୟ ସରକାର । ଲୋକେ ଏସବୁ ନିୟମକୁ ଯେଭଳି କଡାକଡି ବାବେ ପାଳନ କରିବେ ସେଥିପାଇଁ ରାଜ୍ୟ ସରକାରଙ୍କର ୩ଜଣ ବରିଷ୍ଠ ଆଇଏସ ଅଧିକାରୀଙ୍କୁ ୩ଜିଲ୍ଲାର ସ୍ଥିତି  ତଦାରଖ ପାଇଁ ପର୍ଯ୍ୟବ୍ୟକ୍ଷକ ଦାୟୀତ୍ବ ଦିଆଯାଇଛି । ୬୦ଘଣ୍ଟାର ସଟଡାଉନ୍‌ ସମୟରେ  ତିନି ଜିଲ୍ଲାରେ କେହି ଘରୁ ନବାହାରିବାକୁ କଡା ନିର୍ଦେଶ  ଦିଆଯାଇଛି । କେବଳ ନିର୍ଦ୍ଧିଷ୍ଟ କିଛି ଔଷଧ ଦୋକାନକୁ ଛାଡ଼ି ଦେଲେ ଏହି ୩ଜିଲ୍ଲାରେ ବାକି ସବୁ ବ୍ୟବସାୟ ପ୍ରତିଷ୍ଠାନ ଦୋକାନ,ବଜାର ସବୁ  ବନ୍ଦ ରଖାଯାଇଛି  । ତିନି ଜିଲ୍ଲାରେ ୬୦ଘଣ୍ଟା ସଟ୍ ଡାଉନ୍ ସମୟରେ କଣ୍ଟାକ୍ଟ ଟ୍ରେସିଂ, ବିଭିନ୍ନ ସ୍ଥାନର ସାନିଟାଇଜେସନ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ …..

୬ଠଘଣ୍ଟା ପାଇଁ  ରାଜ୍ୟର ୩ଟି ଜିଲ୍ଲା ବାଲେଶ୍ବର,ଭଦ୍ରକ ଯାଜପୁର ସଟ୍‌ ଡାଉନ୍‌ । ୩ ଜିଲ୍ଲାରୁ ୩୦ରୁ ଅଧିକ କୋଲକାତା ଫେରନ୍ତା କରୋନା ପଜିଟିଭି ଟିହ୍ନଟ ପରେ ଏଭଳି କଡା ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର । ଗୁରୁବାର ରାତି ୧୦ଟାରୁ ଆସନ୍ତା ରବିବାର ସକାଳ ୧୦ପର୍ଯ୍ୟନ୍ତ ୩ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟ୍‌ଡାଉନ୍‌ରେ ରଖାଯାଇଛି । କେବଳ କିଛି ଅତ୍ୟାବଶ୍ୟକୀୟ ମେଡିନିସ୍‌,ଷ୍ଟୋରକୁ ଛାଡି ଦେଲେ ଗାଁରୁ  ସହର ସବୁଠି ସଟ୍‌ ଡାଉନ୍‌ କଡାକଡି ପାଳନ କରାଯାଉଛି । ଭଦ୍ରକ ଜିଲ୍ଲାରେ ଆଜି ୫ଜଣେ ନୂଆ ରୋଗୀ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଜିଲ୍ଲାରେ ମୋଟ ୧୬ରେ ପହଞ୍ଚିଛି ।  ଜିଲ୍ଲା ଦାୟିତ୍ବରେ ଥିବା ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇଏଏସ ସୁଶୀଲ କୁମାର ଲୋହାନୀ ଓ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଭଦ୍ରକରେ ସ୍ଥିତି ସମୀକ୍ଷା କରିଛନ୍ତି ।  ଜିଲ୍ଲାପାଳ ଓ ଏସ୍ ପିଙ୍କ ସହ ବିଭିନ୍ନ କଣ୍ଟେନମେଣ୍ଟ ଜୋନ୍ ପରିଦର୍ଶନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୧୫ ପ୍ଲାଟୁନ ଫୋର୍ସ,୨୦ଜଣ ଇନସ୍ପେକ୍ଟର,୫ଜଣ ଡିଏସପିଙ୍କୁ  ମୃତୟନ କରାଯାଇଛି । ପ୍ରଶାସନ ପକ୍ଷରୁ ୨୦ ଜଣ ବରିଷ୍ଠ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ବ ଦିଆଯାଇଛି ।

ସେହିପରି ଯାଜପୁର ଜିଲ୍ଲାକୁ ମଧ୍ୟ ୬୦ଘଣ୍ଟା ସଟଡାଉନ୍‌ରେ ରଖାଯାଇଛି । ଯାଜପୁରରେ ମୋଟ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଶଂ କୋଲକାତା ଫେରନ୍ତା ।  ଯାଜପୁର ଦାୟିତ୍ବରେ ଥିବା ରାଜ୍ୟପାଳଙ୍କ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସଟଡାଉନ୍‌ ସ୍ଥିତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସଟଡାଉନ୍‌କୁ କଡାକଡି ପାଳନ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପଇଁତରା ଜୋରଦାର କରାଯାଇଛି । ଯାଜପୁର ଜିଲ୍ଲାରେ ଲୋକେ ସଟଡାଉନ୍‌ ନିୟମକୁ କଡାକଡି ପାଳନ କରିଛନ୍ତି

ବାଲେଶ୍ବରେ ମଧ୍ୟ ୬୦ଘଣ୍ଟିଆ ସଟଡାଉନ୍‌କୁ କଡାକଡି କରାଯାଇଛି । ଜିଲ୍ଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ମଧ୍ୟ କୋଲକାତା ଲିଙ୍କ ରହିଛି  । କେବଳ  କେତେକ ଔଷଧ ଦୋକାନକୁ ଛାଡିଦେଲେ ସବୁକିଛି ବନ୍ଦ ରହିଛି । କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ୍.କେ ବଶିଷ୍ଟଙ୍କୁ ଏହି ଜିଲ୍ଲାର ସ୍ବତନ୍ତ୍ର ପର୍ଯ୍ୟବ୍ୟକ୍ଷକ ଦାୟୀତ୍ବ ଦିଆଯାଇଛି ।  ୬୦ଘଣ୍ଟା ସଟ୍ ଡାଉନ୍ ସମୟରେ କଣ୍ଟାକ୍ଟ ଟ୍ରେସିଂ, ବିଭିନ୍ନ ସ୍ଥାନର ସାନିଟାଇଜେସନ ଜାରି ରହିଛି । ରାଜ୍ୟର ଏହି ୩ ଜିଲ୍ଲାରେ ପଶ୍ଚିମବଙ୍ଗ ଫେରନ୍ତା ସଂଖ୍ୟା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟାକୁ ନଜରରେ ରଖି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ସରକାର ।

   Related Posts