ରାଜ୍ୟରେ ଚିନ୍ତା ବଢାଉଛି ପଶ୍ଚିମବଙ୍ଗ ଲିଙ୍କ୍: ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଭଦ୍ରକର, କଣ୍ଟାକ୍ଟ ଟ୍ରେସିଂ ଜାରି

Published By : Prameya-News7 Bureau | April 22, 2020 IST

ଭୁବନେଶ୍ୱର ୨୨।୦୪: ରାଜ୍ୟରେ ଆଜି ପୁଣି ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ତେବେ ବୁଧବାର  ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ସମସ୍ତ ସଂକ୍ରମିତ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/IPR_Odisha/status/1252792089840140288","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252792089840140288
/wp:core-embed/twitter

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଭ୍ରଦକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମସ୍ତେ ପୁରୁଷ । ଏବଂ ସେମାନଙ୍କ ବୟସ ଯଥାକ୍ରମେ- ୪୦ବର୍ଷ, ୫୫ବର୍ଷ, ୩୫ବର୍ଷ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ ମାଧ୍ୟରେ ସୂଚନା ଦେଇଛନ୍ତି । ସେହିପରି ସମସ୍ତ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ଥିବା ବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ପୂର୍ବରୁ ଭଦ୍ରକ ଜିଲ୍ଲାର ୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୧ରେ ପହଁଞ୍ଚିଛି । ଏବେ ରାଜ୍ୟରେ ୫୧ଟି ଆକ୍ଟିଭ କେସ ଥିବା ବେଳେ ୩୦ ଜଣ ସୁସ୍ଥ ହେଲେଣି ଏବଂ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୩ ହଜାର ୭୭୫ଟିPCR ଟେଷ୍ଟ ଏବଂ ୪ ହଜାର ୯୭୫ଟି ରାପିଡ ଆଣ୍ଟିବଡି ଟେଷ୍ଟ କରାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.