Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଜିଓ ଲଞ୍ଚ କଲା ୩ଟି All-in-One ପ୍ଲାନ୍ : ମିଳିବ ୩୩୬ଦିନର ବୈଧତା

5/11/2020 at 2:42 PM

ନୂଆଦିଲ୍ଲୀ ୫/୧୧: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଦିପାବଳୀ ଉପହାର ଦେଇ ୩ଟି ନୂଆ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ଲଞ୍ଚ୍ କରିଛି। ଜିଓ ଏହି ସମସ୍ତ ପ୍ଲାନ୍ କେବଳ ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଆରମ୍ଭ କରିଛି। ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଜିଓ ପାଖରେ ପୂର୍ବରୁ ହିଁ ଅନେକ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ରହିଛି।

ଜିଓ ଏହାର ଜିଓ ଫୋନ୍ ଗ୍ରାହକଙ୍କ ପାଇଁ ୩ଟି ପ୍ଲାନ୍ ବଜାରରେ ଆରମ୍ଭ କରିଛି ଯାହାର ମୂଲ୍ୟ ୧,୦୦୧ ଟଙ୍କା,୧୩୦୧ ଟଙ୍କା ଏବଂ ୧୫୦୧ଟଙ୍କା ରହିଛି। ଏସମସ୍ତ ପ୍ଲାନର ବୈଧତା ୩୩୬ଦିନ। ଯେଉଁମାନେ ସବୁ ମାସରେ ରିଚାର୍ଜ କରିବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଏହି ପ୍ଲାନ୍ ରହିଛି।

୧୦୦୧ ଟଙ୍କାର ପ୍ଲାନ୍ : ଜିଓ ଫୋନର ଏହି ପ୍ଲାନରେ ମୋଟ ୪୯ଜିବି ଡାଟା ମିଳିବ ଏବଂ ଆପଣ ପ୍ରତିଦିନ ୧୫୦ଏମବି ବ୍ୟବହାର କରି ପାରିବେ। ଏହି ପ୍ଲାନରେ ଜିଓରୁ ଅନ୍ୟ ନେଟଓ୍ବାର୍କରେ କଲିଂ ପାଇଁ ୧୨୦୦୦ମିନିଟ୍ ମିଳିବାବେଳେ ଜିଓରୁ ଜିଓ ନେଟଓ୍ବାର୍କରେ କଲିଂ ଫ୍ରି ରହିଛି। ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ଏସଏମଏସ୍ ମଧ୍ୟ ମିଳିଥାଏ। ଏହି ପ୍ଲାନର ବୈଧତା ୩୩୬ଦିନ।

 ୧୩୦୧ ଟଙ୍କାର ପ୍ଲାନ୍ : ଜିଓ ଫୋନର ଏହି ପ୍ୟାକରେ ମୋଟ ୧୬୪ଜିବି ୪ଜି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୩୩୬ଦିନ ଏବଂ ଏଥିରେ ଆପଣ ପ୍ରତିଦିନ ୫୦୦ଏମବି ଡାଟା ବ୍ୟବହାର କରିପାରିବେ। ଏହି ପ୍ଲାନରେ ମଧ୍ୟ ପ୍ରତିଦିନ ୧୦୦ଟି ମ୍ୟାସେଜ ଏବଂ ଅନ୍ୟ ନେଟଓ୍ବାର୍କରେ କଲିଂ ପାଇଁ ୧୨୦୦୦ ମିନିଟ୍ ମିଳିବ।

୧୫୦୧ ଟଙ୍କାର ପ୍ଲାନ୍ : ଏହି ପ୍ଲାନର ବୈଧତା ମଧ୍ୟ ୩୩୬ଦିନ। ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ ଅର୍ଥାତ୍ ମୋଟ ୫୦୪ଜିବି ଡାଟା ମିଳିବ। କଲିଂକୁ ନେଇ ସେହି ସୁବିଧା ମିଳିବ ଯାହା ପ୍ରଥମ ୨ଟି ପ୍ଲାନରେ ମିଳିଥାଏ ଅର୍ଥାତ୍ ଅନ୍ୟ ନେଟଓ୍ବାର୍କରେ କଲିଂ ପାଇଁ ୧୨୦୦୦ମିନିଟ୍ ଏବଂ ପ୍ରତିଦିନ ୧୦୦ଟି ମ୍ୟାସେଜ କରିବାକୁ ମିଳିବ।

   Related Posts