ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡି ହେଲା ଆଉ ୩ ଫର୍ଦ୍ଦ, ହିଞ୍ଜିଳିକାଟୁ, ଛତ୍ରପୁରରେ ଇନଡୋର ଷ୍ଟାଡିୟମ ଲୋକାର୍ପିତ

Published By : Prameya-News7 Bureau | November 02, 2020 IST

ଭୁବନେଶ୍‌ବର୨/୧୧: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପର୍‌ଫର୍ମାନ୍ସ ସେଣ୍ଟର ସହ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଛତ୍ରପୁରରେ ନବନର୍ମିତ ଇନ୍‌ଡୋର ଷ୍ଟାଡିୟମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ଛତ୍ରପୁରଠାରେ ସିନ୍ଥେଟିକ୍‌ ଟର୍ଫ ହକି ଟେନିଂ ସୁବିଧା ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 5-T ସଚିବ ଭି.କେ.ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଗଞ୍ଜାମ ଜିଲ୍ଲାରେ ୨ଟି ଇନ୍‌ଡୋର ଷ୍ଟାଡିୟମ ସହ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥି ସହ ଛତ୍ରପୁରଠାରେ ସିନ୍ଥେଟିକ୍‌ ଟର୍ଫ ହକି ଟେନିଂ ସୁବିଧା ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ 5-T ସଚିବ ଭି.କେ.ପାଣ୍ଡିଆନ୍‌। ପ୍ରଥମେ କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପରଫର୍ମାନ୍ସ ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହା ଦ୍ବାରା ପ୍ରତିଦିନ ୬୦ରୁ ଅଧିକ କ୍ରୀଡ଼ାବିତ୍‌ଙ୍କୁ ତାଲିମ୍‌ ଦିଆଯାଇପାରିବ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସୁଟିଂ ହାଇ ପରଫର୍ମାନ୍‌ସ ସେଣ୍ଟରରେ ହାଇ ପରଫର୍ମାନ୍‌ସ କୋଚ୍‌ଙ୍କ ଦ୍ବାରା ତାଲିମ୍‌ ନେବେ କ୍ରୀଡ଼ାବିତ୍‌ । ପୂର୍ବ ଭାରତରେ ସୁଟିଂରେ କ୍ୟାରିୟର କରିବାକୁ ଚାହୁଁଥିବା କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ଅନ୍ୟତମ ଆକର୍ଷଣ ହେବ ।

କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ସୁଟିଂ ହାଇ ପରଫର୍ମାନ୍ସ ସେଣ୍ଟର ଶୁଭାରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଏବଂ ଛତ୍ରପୁର ଠାରେ ନବନିର୍ମିତ ୨ଟି ଇନଡୋର ଷ୍ଟାଡିୟମର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏହି ଇନ୍‌ଡୋର ହଲ୍‌ ନିର୍ମାଣ କରାଯାଇଛି । ହିଞ୍ଜିଳି ଠାରେ ୧୦କୋଟି ୯୮ଲକ୍ଷ ୭୫ହଜାର ଟଙ୍କା ବ୍ୟୟରେ ନିର୍ମିତ ଇନ୍‌ଡୋର ଷ୍ଟାଡିୟମରେ ୪ଟି ବ୍ୟାଡମିଣ୍ଟନ କୋର୍ଟ, ଗୋଟିଏ ଲେଖାଏଁ ଟେବୁଲ ଟେନିସ, ବାସ୍କେଟ୍‌ବଲ ଓ ଭଲିବଲ କୋର୍ଟ ରହିଛି ।

ଏଥି ସହ ଏହି ଷ୍ଟାଡିୟମରେ ଯୋଗ, ଜିମ୍‌ ଓ ଫିଜିଓଥେରାପି ଭଳି ସୁବିଧା ମଧ୍ୟ ରହିଛି ।  ସେହିଭଳି ଛତ୍ରପୁରରେ ୨କୋଟି ୬୧ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଇନଡୋର ଷ୍ଟାଡିୟମରେ ୩ଟି ବ୍ୟାଡମିଣ୍ଟନ କୋର୍ଟ ଏବଂ ଗୋଟିଏ ଲେଖାଏଁ ଟେବୁଲ୍‌ ଟେନିସ ଓ ଚେସ୍‌ କୋର୍ଟ ରହିଛି । ରାଜ୍ୟ ସରକାରଙ୍କ ଦ୍ବାରା କ୍ରୀଡ଼ା ଭିତ୍ତିଭୂମିର ବିକାଶ ଯୋଗୁଁ ସ୍ଥାନୀୟ କ୍ରୀଡ଼ାବିତ୍‌ଙ୍କୁ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର ଗଢ଼ିବାରେ ସହାୟକ ହୋଇପାରିବ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ,  କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶ ଭିନିଲ୍‌ କ୍ରିଷ୍ଣା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭି.କେ.ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, , ଆସିକା ସାଂସଦ ପ୍ରମିଳା ବିଶୋଇ, ଅଲମ୍ପିଆନ୍‌ ଗଗନ ନାରଙ୍ଗ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.