ହ୍ୱାଟ୍ସଆପରେ ଆସୁଛି ତିନୋଟି ନୂଆ ଫିଚର: ବଦଳିଯିବ ଆପଣଙ୍କ ଚାଟିଙ୍ଗ୍ ଏକ୍ସପିରିଏନ୍ସ

Published By : Prameya-News7 Bureau | November 06, 2021 IST

ନୁଆଦିଲ୍ଲୀ ୦୬/୧୧ : ହ୍ୱାଟ୍ସଆପ ପୁଣି ତିନୋଟି ନୂଆ ଫିଚର ଆଣିଛି । ଏହି ତିନୋଟି ଫିଚର ମଧ୍ୟରୁ ଦୁଇଟି ଫିଚର ଆପ୍ ପାଇଁ ଓ ଆଉ ଏକ ଫିଚର ହ୍ୱାଟ୍ସଆପ ୱେବ ପାଇଁ । ହ୍ୱାଟ୍ସଆପ ୱେବ ପାଇଁ ଆସିଥିବା ନୂଆ ଫିଚରରେ ଫଟୋକୁ ଏଡିଟ୍ କରିହେବ। ଯେଉଁ ଦୁଇଟି ଫିଚର ଫୋନରେ ଆସିବ ସେଥିରେ ଷ୍ଟିକର ସଜେସନ ଓ ପ୍ରିଭିଉ ଲିଙ୍କ ଅପ୍ସନର ସୁବିଧା ମିଳିବ।

କମ୍ପାନୀ କହିଛି ଏହି ଫିଚରରେ କାମ କରିବା ବେଳେ ୟୁଜର୍ସମାନଙ୍କ ପ୍ରାଇଭେସି ଉପରେ ଧ୍ୟାନ ଦିଆଯାଇଥିଲା, ସେଥିପାଇଁ ୟୁଜର୍ସ କଣ ସର୍ଚ୍ଚ କରୁଛନ୍ତି ହ୍ୱାଟ୍ସଆପ ମଧ୍ୟ ଦେଖିପାରେ ନାହିଁ । ୟୁଜର୍ସଙ୍କ ବ୍ୟକ୍ତିଗତ ଚାଟିଂ ସବୁବେଳେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ଦ୍ୱାରା ସୁରକ୍ଷିତ ରହିଥାଏ । ହ୍ୱାଟ୍ସଆପ କମ୍ପାନୀ ଟ୍ୱିଟରରେ ଏକ ଫଟୋ ସେୟାର କରିଛି ଯେଉଁଥିରେ ମ୍ୟାସେଞ୍ଜିଙ୍ଗ ପ୍ଲାଟଫର୍ମର ତିନୋଟି ନୂଆ ଫିଚର ବିଷୟରେ କହିଛି ।

{"id":539539,"sizeSlug":"full","linkDestination":"none"}

ଏହି ଫିଚରରେ ମେସେଜ କରିବା ସମୟରେ ହ୍ୱାଟ୍ସଆପରେ ୟୁଜର୍ସ ଷ୍ଟିକର ସଜେସନ ପାଇପାରିବେ । ଏବେ ସୁଦ୍ଧା ଚାଟ କରିବା ବେଳେ ହ୍ୱାଟ୍ସଆପ କେବଳ ଇମୋଜି ଅପ୍ସନ ଦେଉଥିଲା।

ଏହି ଫିଚର ହ୍ୱାଟ୍ସଆପ ୱେବରେ କାମ କରିବ । କାରଣ ଏହି ଫିଚରକୁ ପୂର୍ବରୁ ୟୁଜର୍ସ ସ୍ମାର୍ଟ ଫୋନରେ ବ୍ୟବହାର କରୁଥିଲେ । ବର୍ତ୍ତମାନ ହ୍ୱାଟ୍ସଆପ ୱେବରେ ବ୍ୟବହାର କାରି ଫଟୋକୁ ଅଳ୍ପ କିଛି ବଦଳାଇ ପାରିବେ ଯେପରି କ୍ରପ ରୋଟେଡ ଓ ଇମୋଜି ଇତ୍ୟାଦି । ଏହା ପୂର୍ବରୁ ହ୍ୱାଟ୍ସଆପ ୱେବ୍ ରେ ଏହି ସୁବିଧା ନଥିଲା

ଏହି ଫିଚର ହ୍ୱାଟ୍ସଆପ ଆପ୍ଲିକେସନ ପାଇଁ । ହ୍ୱାଟ୍ସଆପ କମ୍ପାନୀ ପ୍ରିଭିଉ ଲିଙ୍କ ଫିଚରକୁ ଅପଡେଟ କରି ତାର ନୂଆ ଭର୍ସନ ଆଣିଛି । ଯଦି ଆପଣ ଅନ୍ୟ କାହା ପାଖକୁ ହ୍ୱାଟ୍ସଆପ ଦ୍ୱାରା କିଛି ୱେବସାଇଟ ଲିଙ୍କ୍ ପଠାଉଛନ୍ତି ଲିଙ୍କ୍ ସହିତ ତାଙ୍କୁ କିଛି ସୂଚନା ମଧ୍ୟ ମିଳିବ । ଏବେ ବ୍ୟବହାର କାରି କୌଣସି ଭୁଲ ଲିଙ୍କ୍କୁ ହ୍ୱାଟ୍ସଆପ ମାଧ୍ୟମରେ ଖୋଲି ପାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.