କଡ ଲେଉଟାଉଛି କରୋନା ! ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ପରେ ପର୍ତ୍ତୁଗାଲରେ ମିଳିଲା କୋଭିଡର ୩ ନୂଆ ଷ୍ଟ୍ରେନ୍

Published By : Prameya-News7 Bureau | December 24, 2020 IST

ଲିସବନ୍‌ : କରୋନା ଭାଇରସ ମହାମାରୀ ବିଶ୍ୱରେ ସଞ୍ଚରିବାର ବର୍ଷଟିଏ ବିତିଲାଣି। ଏବେ ବିଭିନ୍ନ ସ୍ଥାନରେ ଭୂତାଣୁର ନୂଆନୂଆ ପ୍ରକାର ମିଳୁଥିବାର ଜଣାପଡିଲାଣି। ପ୍ରଥମେ ଦକ୍ଷିଣ ଓ ପୂର୍ବ ବ୍ରିଟେନରେ କରୋନା ନୂଆ ଭୂତାଣୁ ପ୍ରକାର ପ୍ରସାରୁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିଥିଲେ। ପରେ ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରୁ ମଧ୍ୟ ସମାନ ଅଭିଯୋଗ ମିଳିଛି। ଏଥିରେ ପର୍ତ୍ତୁଗାଲ ଦେଶରେ କରୋନା ଭୂତାଣୁର ୩ଟି ନୂଆ ଷ୍ଟ୍ରେନ ବ୍ୟାପୁଥିବାର ସୂଚିତ କରିବା ପରିସ୍ଥିତିକୁ ଉଦବେଗଜନକ କରିଛି।

ପର୍ତ୍ତୁଗାଲରେ ଏବେ କୋଭିଡ ଦ୍ୱିତୀୟ ଲହର ଆସିଛି। ଏଥିରେ ସଂକ୍ରମିତ ଚିହ୍ନଟ ହେଉଥିବା ଲୋକଙ୍କ ଠାରେ ଗୋଟିଏ କି ଦୁଇଟି ପ୍ରକାର ନୁହେଁ ୩ଟି ନୂଆ ପ୍ରକାରର ଭୂତାଣୁ ମିଳିଥିବାର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନର ଡିପାର୍ଚମେଣ୍ଟ ଅଫ ଇନଫେକ୍ସନ ଡିଜିଜ୍ ର ଜୋଆଓ ପାଉଲୋ ଗୋମେଜ୍ କହିଛନ୍ତି ଯେ ଗୁଲବେନକିୟନ ଇନିଷ୍ଟେଚ୍ୟୁଟ୍ ଅଫ ସାଇନ୍ସ (ଆଇଜିସି) ସହ ମିସି ସେ ନୂଆ ଷ୍ଚ୍ରେନର ଅଧ୍ୟାୟନ କରିଛନ୍ତି। ତେବେ ସେମାନେ ଏବେ କରୋନା ପ୍ରଥମ ଲହରରେ ମିଳିଥିବା ଭୂତାଣୁରେ ନୂଆ ଭେରିଏଣ୍ଟ ଥିଲେ କି ନା ତାହାର ସେମାନେ ଏବେ ସତ୍ୟାପନ କରୁଛନ୍ତି।

ଏହି ନୂଆ ପ୍ରକାର ଭୂତାଣୁ ପର୍ତ୍ତୁଗାଲର ବିଭିନ୍ନ ସ୍ଥାନରୁ ମିଳିଛନ୍ତି। ଦେଶରେ ଦ୍ୱିତୀୟ ଲହର ଲାଗି ମଧ୍ୟ ଏହି ନୂଆ ପ୍ରକାର ଭୂତାଣୁ ଦାୟି ବୋଲି କୁହାଯାଇଛି। ତେବେ ଭୂତାଣୁ ମଣିଷଙ୍କଠାରେ ଆଡପ୍ସନ ପ୍ରକ୍ରିୟାରେ ରହୁଛି। ଏଣୁ ଏଭଳି ହେବାର ସମ୍ଭାବନା ମଧ୍ୟ ଅଧିକ। ପର୍ତ୍ତୁଗାଲରେ ଗତ ୨୪ ଘଣ୍ଟାରେ ୪ ହଜାର ୩୭୮ଟି ନୂଆ ମାମଲା ମିଳିଛି। ଏମାନଙ୍କ ମଧ୍ୟରୁ ୭୦ ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏବେ ମୋଟ ମାମଲା ସଂଖ୍ୟା ୩ଲକ୍ଷ ୮୭ ହଜାର ୬୩୬ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୬ହଜାର ୪୧୩କୁ ଛୁଇଁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.