ବିଲରୁ ଫେରି ଗଛ ତଳେ ନେଇଥିଲେ ଆଶ୍ରୟ, ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ

Published By : Prameya-News7 Bureau | September 27, 2021 IST

ସମ୍ବଲପୁର ୨୭/୦୯ : ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର କୁଶାମୁରା ବଡମାଲ ଗାଁରେ ଜଣେ ମହିଳା ଓ ୨ଜଣ ପୁରୁଷଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ବିଲରୁ କାମ ସାରି ଫେରୁଥିବା ବେଳେ ବର୍ଷା ଯୋଗୁଁ ସମସ୍ତେ ଏକ ଜାମୁ ଗଛ ତଳେ ଆଶ୍ରୟ ନେଇଥି​‌ଲେ । କିନ୍ତୁ ସେଠାରେ ଜଗି ବସିଥିଲା ମୃତ୍ୟୁ । ଗଛ ତଳେ ଆଶ୍ରୟ ନେଇଥିବା ବେ​‌ଳେ ହଠାତ ବିଜୁଳି ମାରିଥିଲା । ଯାହାଫଲରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଚାଲିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.