Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମୃତ୍ୟୁଜନ୍ତା ପାଲଟିଛି ରେଳ ଧାରଣା, ୭ ଦିନରେ ଗଲାଣି ୩ ଜୀବନ

3/11/2021 at 4:26 PM

ଚଣ୍ଡିଖୋଲ, ୩/୧୧ : ରେଳ ଧାରଣା ପାଲଟିଛି  ମୃତ୍ୟୁ ଜନ୍ତା। ଗତ ଦୁଇ ସପ୍ତାହ ମଧ୍ୟରେ ଗଲାଣି ୩ଜଣଙ୍କ ଜୀବନ । ଯାଜପୁର ଜିଲ୍ଲା ଧାନମଣ୍ଡଳ ଷ୍ଟେସନ ପାଖ ଖୋସାଲିପୁର ରେଳ ଧାରଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଥିବା ବେଳେ ରେଳବାଇ ପୋଲିସ ଘଟଣାର ତଦନ୍ତ କରୁଛି ।

ଅକ୍ଟୋବର ୨୭ ତାରିଖରେ ଜଣେ ଯୁବକଙ୍କ ଶବ ଏହି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯୁବକ ଜଣକ କୁଆଖିଆ ଥାନା ଜଗନ୍ନାଥପୁର ଗାଁର ଫଳ ବେପାରି କାମଦେବ ପୃଷ୍ଟି ।  ପୁଣି  ଅକ୍ଟୋବର ୩୦ ତାରିଖରେ ଆଉ ଜଣେ ବ୍ୟକ୍ତିଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତି ଜଣକ ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋରିଷଡ଼ିହି ଗାଁର  ଦେବାଶିଷ ମହାପାତ୍ର ବୋଲି ଜଣାପଡ଼ିଛି। ନଭେନମ୍ବର ୨ ତାରିଖ ଅର୍ଥାତ ଗତକାଲି ଆଉ ଜଣେ ମହିଳାଙ୍କ ମୃତଦେହ ଏହି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ୭ ଦିନ ଭିତରେ ତିନୋଟି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । 

ଏବେ ମୃତ ୩ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ରହସ୍ୟ ଘେରରେ ରହିଛି । ଏମାନେ ରେଳ ଧାରଣାରେ ଆତ୍ମହତ୍ୟା କରୁଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଉଛି ତାହା ସ୍ପଷ୍ଟ ଜଣାପଡ଼ୁନାହିଁ । ରେଳ ଧାରଣା ପାଖରେ ସୂଂଗୁଡା ପଞ୍ଚାୟତ, ଧାନମଣ୍ଡଳ ପଞ୍ଚାୟତ ଭଳି ଆଉ କିଛି ପଞ୍ଚାୟତର ଲୋକେ ରହନ୍ତି। ଏହି ରେଳ ଧାରଣା ଦେଇ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ବହୁ ଲୋକେ ଯା-ଆସ କରନ୍ତି। ଏ ଦିଗରେ ରେଳବାଇ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ  ସ୍ଥାନୀୟ ଲୋକ ଦାବି କରୁଛନ୍ତି ।

   Related Posts