ହତ୍ୟା ନା’ ଆତ୍ମହତ୍ୟା ? କୂଅ ଭିତରୁ ମା’ ସହ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 21, 2020 IST

ଜୟପୁର ୨୧।୮: କୋରାପୁଟର କୋଟପାଡରେ ଏକ ଦୁଃଖଦ ଘଟଣା । କୂଅରୁ ମିଳିଲା ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମା’, ପୁଅ ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ୍ ର ୮ ନମ୍ବର ଓ୍ବାର୍ଡରେ । ମା’ ସହ ଦୁଇ ବର୍ଷର ପୁଅ ଏବଂ ୮ ମାସ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାରିକ କଳହରୁ ମହିଳା ଜଣଙ୍କ ପୁଅ, ଝିଅଙ୍କୁ ଧରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ କୂଅ ଭିତରୁ ମୃତଦେହ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ମହିଳାଙ୍କ ଉଭଣୀଙ୍କ ସୂଚନା ଅନୁସାରେ ସେ ତାଙ୍କ ପୁଅ, ଝିଅଙ୍କୁ ଧରି ଆତ୍ମହତ୍ୟା କରିଛନ୍ତି । ଘଟଣାରେ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.