ବନ୍ୟାଜଳରେ ଭାସିଯାଇ ୩ ଜଣଙ୍କ ମୃତ୍ୟୁ : ମୃତକଙ୍କ ମଧ୍ୟରେ ଦୁଇ ଯୁବକ ଓ ଜଣେ ବୃଦ୍ଧ

Published By : Prameya-News7 Bureau | August 30, 2020 IST

ଯାଜପୁର ୩୦।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଣି ଘେରରେ ରହିଛନ୍ତି ଲୋକେ । ଯାଜପୁରରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ବନ୍ୟା ପାଣିରେ ଭାସି ଯାଇ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ବରୀ ଅଞ୍ଚଳରୁ ଦୁଇ ଜଣ ରହିଥିବା ବେଳେ ଧର୍ମଶାଳା ଅଞ୍ଚଳରୁ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି । ମୃତକ ପରିଚୟ ମିଳିପାରି ନାହିଁ । ବରୀର ଦୁଇ ଜଣ ୩୫ ବର୍ଷ ବୟସ୍କ ଯୁବକ ଏବଂ ୨୦ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଛି । ଧର୍ମଶାଳା ବ୍ଲକର ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.