୨୦୧୮ର ତିନିଟି ବହୁ ଚର୍ଚ୍ଚିତ ଓ ବୟବହୁଳ ବାହାଘର, ଫେଲ୍ ମାରିଯିବ ପରୀ ରାଇଜର କାହାଣୀ
30/12/2018 at 5:50 PM

ବେଶ ଘଟଣା ବହୁଳ ଥିଲା ୨୦୧୮। ଅନେକ ଦୁଃଖ ସୁଖ ସହ କିଛି ପରିବାର ଚଳିତ ବର୍ଷ ନୂଆ ବନ୍ଧୁ ବାନ୍ଧିଛନ୍ତି । ତେବେ ଚଳିତ ବର୍ଷ ବଲିଉଡ ପାଇଁ ଥିଲା ବିବାହର ବର୍ଷ । ଗତ ବର୍ଷ ବିରୁଷ୍କା ହାତକୁ ଦି ହାତ ହୋଇଥିଲେ । ଏବର୍ଷ ସେମିତି ଚର୍ଚ୍ଚାରେ ଥିଲା ୩ଟି ବାହାଘର ।

ଚଳିତ ବର୍ଷ ଦୀପିକା ପାଦୁକୋନଙ୍କ ହାତ ଧରିଥିଲେ ରଣବୀର ସିଂ। ସେମିତି ବିଦେଶୀ ସିଙ୍ଗର ନିକି ଜୋନ୍ସଙ୍କୁ ସ୍ବାମୀ ରୂପେ ବରଣ କରିଥିଲେ ପ୍ରିୟଙ୍କା ଚୋପ୍ରା। ଦୀପିକା ଓ ପ୍ରିୟଙ୍କାଙ୍କ ପରେ ଦେଶର ବିଜିନେସ ଟାଇକୋନ ମୁକେଶ ଆମ୍ବାନୀଙ୍କ ଘରେ ବାଜି ଥିଲା ସାହାନାଇ। ଶିଳ୍ପପତି ଆନନ୍ଦ ପରିମଲଙ୍କୁ ଜୀବନସାଥି ରୂପେ ବାଛିଥିଲେ ମୁକେଶ ତନୟା। ଏମିତିରେ ବିବାହ ତାରିଖ ଚୁଡ଼ାନ୍ତ ହେବା ପରେ ବେଶ ଚର୍ଚ୍ଚାରେ ଥିଲା ଏହି ତିନିଟି ବାହାଘର। କେଉଁ ବାହାଘର ଭେନ୍ୟୁ ପାଇଁ ଥିଲା ଚର୍ଚ୍ଚାରେ ତ ଆଉ କେଉଁ ବାହାଘର କାର୍ଡ ଓ ଭୋଜି ପାଇଁ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ।
ଦୀପିକା-ରଣବୀର

ନଭେମ୍ବର ୧୪ରେ ଇଟାଲୀର ପ୍ରସିଦ୍ଧ ରିସୋର୍ଟ ଭିଲ୍ଲା ଡେଲ ବେଲବିଲେନିଓରେ ବାଜି ଥିଲା ଦୀପିକାଙ୍କ ଯୋଡ଼ି ମହୁରୀ । ଅଭିନେତା ରଣବୀର ସିଂଙ୍କୁ ପତି ରୂପେ ବରଣ କରିଥିଲେ ଦୀପିକା । ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିଥିଲା ବିବାହ ଉତ୍ସବ । ଉଭୟ ଦୀପିକା-ରଣବୀରଙ୍କ ପରିବାର ବ୍ୟତିତ ମାତ୍ର ୩୦ ଜଣ ଅତିଥି ଯୋଗଦେଇଥିଲେ ବିବାହ ଉତ୍ସବରେ ।

ସିଲଭର ସ୍କ୍ରିନରେ ଦୀପ୍ବୀରଙ୍କ କେମେଷ୍ଟ୍ରିକୁ ପସନ୍ଦ କରିଥିବା ଦର୍ଶକ ୨୦୧୮ରେ ପତିପତ୍ନୀ ଭାବେ ଦେଖିଥିଲେ । ସୁଂଟି ସେଟରୁ ଆରମ୍ଭ ହୋଇଥିବା ଉଭୟଙ୍କ ପ୍ରେମ କାହାଣୀ ଶେଷରେ ପତିପତ୍ନୀରେ ହାପି ଏଣ୍ଡିଙ୍ଗ ହୋଇଛି । ଇଟାଲୀରେ ପାରମ୍ପାରିକ ରୀତିନୀତି ମଧ୍ୟରେ ବାହାଘର ହୋଇଥିଲା । କିନ୍ତୁ ଦୁଇଟି ରିସିପସନ ଭୋଜି ଦେଇଥିଲେ ଦୀପବୀର । ଭାରତ ଫେରିବା ପରେ ମୁମ୍ବାଇ ଓ ବେଙ୍ଗଲୁରୁରେ ରିସିପସନର ବ୍ୟବସ୍ଥା କରିଥିଲେ ନବଦମ୍ପତି । ଯେଉଁଥିରେ ଅନେକ ନାମିଦାମୀ ଅଭିନେତା ଅଭିନେତ୍ରୀ, ସ୍ପୋଷ୍ଟ ପର୍ସନ ଓ ରାଜନେତାଙ୍କୁ ଦେଖିବାକୁ ମିଳିଥିଲା ।
ପ୍ରିୟଙ୍କା-ନିକ୍

ଦୀପ-ବୀରଙ୍କ ପରେ ବିଦେଶୀ ବର ହାତ ଧରିଥିଲେ ପ୍ରିୟଙ୍କା ଚୋପ୍ରା । ରାଜସ୍ଥାନର ଯୋଧପୁରରେ ଆମେରିକୀୟ ଗାୟକ ତଥା ଅଭିନେତା ନିକ୍ ଜୋନସ୍ଙ୍କୁ ବାହା ହୋଇଥିଲେ ପ୍ରିୟଙ୍କା । ଉୟଭ ହିନ୍ଦୁ ଓ ଖ୍ରୀଷ୍ଟିଆର ରୀତିନୀତିରେ ଦୁଇ ଦୁଇ ଥର ହୋଇଥିଲା ବିବାହ । ବିବାହ ସମୟରେ ପରିବାର ସଦସ୍ୟଙ୍କ ବ୍ୟତିତ ଉପସ୍ଥିତ ଥିଲେ କିଛି ହାତ ଗଣତି ଅତିଥି । ତେବେ ଏହି ବାହାଘରର ସ୍ପେଶାଲ ଗେଷ୍ଟ ଥିଲେ ନିତା ଅମ୍ବାନି ଏବଂ ମୁକେଶ ଅମ୍ବାନି। ପ୍ରିୟଙ୍କାଙ୍କ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ପରିଣୀତି ଚୋପ୍ରା, ସୋଫି ଟର୍ନର, ମଧୁ ଚୋପ୍ରା, ପାପା ଏବଂ ମାମା ଜୋନାସ୍, ଜୋ ଜୋନାସ୍ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଇଶା-ଆନନ୍ଦପିରାମଲ

ବଲିଉଡ ଷ୍ଟାର ହୋଇଥିବାରୁ ଦୀପିକା ଓ ପ୍ରିୟଙ୍କାଙ୍କ ବାହାଘର ତ ଚର୍ଚ୍ଚାରେ ଥିଲା । କିନ୍ତୁ ରାଜକୀୟ ଚାକଚକ୍ୟ ତଥା ଅତିଥିଙ୍କ ପାଇଁ ଦୀପିକା ଓ ପ୍ରିୟଙ୍କାଙ୍କ ବାହାଘରକୁ ଟପି ଯାଇଥିଲା ଇଶା ଅମ୍ବାନୀଙ୍କ ବାହାଘର । ୨୦୧୮ ଶେଷରେ ପିରାମଲ୍ ଗ୍ରୁପ୍ର ମୁଖ୍ୟ ଅଜୟ ପରାମଲଙ୍କ ପୁଅ ଆନନ୍ଦ ଧରିଥିଲେ ଇଶାଙ୍କ ହାତ । ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା ଇଶାଙ୍କ ବାହାଘର । ବାହାଘର କାର୍ଡ ଥିଲା ତନ୍ମ ମଧ୍ୟରୁ ଗୋଟିଏ । କୁହାଯାଉଛି ମୁକେଶ ଅମ୍ବାନୀ ଯେଉଁ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ ତାହାର ଦାମ ଥିଲା ୩ ଲକ୍ଷ ଟଙ୍କାରୁ ଅଧିକ । ସେମିତି ଇଶାଙ୍କ ବାହାଘର ତ ମୁମ୍ବାଇର ଇଣ୍ଟିଲିଆରେ ହୋଇଥିଲା କିନ୍ତୁ ରାଜସ୍ଥାନ ଜୟପୁରରେ ହୋଇଥିଲା ପ୍ରିୱେଡିଙ୍ଗ ସେରିମରି ।

୪ ଦିନ ଧରି ହୋଇଥିବା ଏହି ସେଲିବ୍ରେସନରେ କୌଣସି ଗୁଣରେ କମ୍ ନଥିଲା । ଜଣଙ୍କ ପରେ ଜଣେ ଅତିଥି ଯୋଗ ଦେଇଥିଲେ ଇଶାଙ୍କ ବିବାହ ଉତ୍ସବରେ । ବଲିଉଡ଼ ଷ୍ଟାରଙ୍କ ସମେତ ଆମେରିକାରୁ ଖୋଦ ଉଦୟପୁର ଆସିଥିଲେ ହିଲ୍ଲାରୀ କ୍ଲିଣ୍ଟନ । ଅତିଥି, ଭୋଜି ଉତ୍ସବ ବାହାଘର କାର୍ଡ ବ୍ୟତିତ ଆହୁରି ଅନେକ କିଛି ଥିଲା ଇଶାଙ୍କ ବାହାଘରରେ ସ୍ବତନ୍ତ୍ର । ମେହେନ୍ଦୀ ସେରିମନିରେ ନୀତାଙ୍କ ନାଚ, ସଙ୍ଗିତରେ ଲତା ମଙ୍ଗେସକରଙ୍କ ସ୍ବତନ୍ତ୍ରୀ ଗୀତ, ବିଗ୍ ବିଙ୍କ ଚିଠି ପଢ଼ିବା ସବୁକିଛି ଥିଲା ସ୍ବତନ୍ତ୍ର । ସେମିତି ଇଶାଙ୍କୁ ତାଙ୍କ ଶାଶୂ ଦେଇଥିବା ସୁନା ବ୍ଲାଉଜ ଓ ମୁକେଶ ଆମ୍ବାନୀ ଦେଇଥିବା ଆଲିସାନ ବଙ୍ଗଳା …
