ଏ ବର୍ଷ ରାଜ୍ୟରେ ଖୋଲିବ ଆଉ ତିନିଟି ବିଶ୍ବବିଦ୍ୟାଳୟ

Published By : Prameya-News7 Bureau | March 12, 2020 IST

ଭୁବନେଶ୍ବର ୧୨.୦୩- ଚଳିତ ବର୍ଷ ରାଜ୍ୟରେ ତିନିଟି ନୂତନ ବିଶ୍ବ ବିଦ୍ୟାଳୟ  ଖୋଲିବାର ପ୍ରସ୍ତାବ ରହିଛି । ରାଜ୍ୟ ସରକାରଙ୍କ ଏହି ଯୋଜନା ସଂପର୍କରେ ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ।ବିଧାୟକ ଭୂପିନ୍ଦର ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ତିନି ବିଶ୍ବ ବିଦ୍ୟାଳୟ ସଂପର୍କରେ ପ୍ରକାଶ କରିଚନ୍ତି ।

{"id":237265,"width":746,"height":470,"sizeSlug":"large"}

ସରକାରଙ୍କ ପ୍ରସ୍ତାବ ଅନୁସାରେ କଳାହାଣ୍ଡିି ବିଶ୍ବବିଦ୍ୟାଳୟ , ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଚଳିତ ବର୍ଷରୁ କାର୍ଯ୍ୟାରମ୍ଭକରିବାର ଯୋଜନା ରହିଛି । ଭବାନୀପାଟଣାରେ ପ୍ରସ୍ତାବିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ସ୍ଥାପନ ହେବାକୁ ଥିବା ବେଳେ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ବଲାଙ୍ଗିରରେ ଏବଂ କଟକରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ।୨୦୨୦-୨୧ରେ ପ୍ରତିଷ୍ଠା ହେବାକୁ ଥିବା ଏହି ତିନି ବିଶ୍ବବିଦ୍ୟାଳୟ ଚଳିତ ବର୍ଷ ଜୁନ୍ ୧ ତାରିକରେ କାର୍ଯ୍ୟାରମ୍ଭ କରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।ଏହି ସବୁ ନୂତନ ବିଶ୍ବ ବିଦ୍ୟାଳୟ ଲାଗି ସରକାର ୫୮ କୋଟି ଟଙ୍କା  ମଞ୍ଜୁର କରିଥିବା ମଧ୍ୟ ପ୍ରକାଶ କରିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.