ସେନାର ଏନକାଉଣ୍ଟର, ଟଳିଲେ ଆଉ ୩ ଆତଙ୍କବାଦୀ

Published By : Prameya-News7 Bureau | July 18, 2020 IST

ଶ୍ରୀନଗର,୧୮|୦୭:  ଜମ୍ମୁ-କାଶ୍ମୀରର ସୋପିଆନରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ଦ୍ୱିତୀୟ ଗୁଳିବିନିମୟ । ଏପରି ଭାବେ ଗତ ୨୪ ଘଣ୍ଟାରେ ଏଠାରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

ଜଣେ ଅଧିକାରୀଙ୍କ କହିବାନୁସାରେ, ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା  । ସୂଚନା ଆଧାରରେ ପୋଲିସ, ସେନା ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା  । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଆକ୍ରମଣ କରିଥିଲେ । ଏହାର ଉଚିତ ଜବାବ ଦେଇଥିଲେ ଯବାନ । ଫଳରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଏହାପୂର୍ବରୁ ଶୁକ୍ରବାର କୁଲଗାମରେ ମଧ୍ୟ ଜୈଶ-ଏ-ଅହମ୍ମଦର ୩ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । କାଶ୍ମୀର ଘାଟିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସେତେବେଳେ ଗୁଳି ବିନିମୟ ଘଟିଛି ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨ ଦିନିଆ କାଶ୍ମୀର ଗସ୍ତରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.