Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଫ୍ରାନ୍ସରୁ ଆସିଲା ଆଉ ୩ ରାଫେଲ୍, ରାସ୍ତାରେ ନ ଅଟକି ୭୦୦୦ କିମି ଯାତ୍ରା କରି ଭାରତରେ ପହଞ୍ଚିଲା

27/01/2021 at 9:44 PM

ନୂଆଦିଲ୍ଲୀ ୨୭।୦୧: ଆଉ ୩ ରାଫେଲ ଲଢୁଆ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି। ରାସ୍ତାରେ ବିନା ଅଟକି ତିନି ବିମାନ ୭ ହଜାର କିଲୋମିଟରରୁ ଅଧିକ ଯାତ୍ରା ପୂରା କରି ରାତି ପ୍ରାୟ ୯ଟାରେ ଗୁଜରାଟର ଜାମନଗରରେ ପହଞ୍ଚିଛି। ରାସ୍ତାରେ ଆକାଶରେ ହିଁ ୟୁଏଇରେ ଏୟାରଫୋର୍ସ ଦ୍ଵାରା ଇନ୍ଧନ ଭର୍ତ୍ତି କରାଯାଇଥିଲା।

ଏଥି ସହ ଭାରତୀୟ ବାୟୁସେନାକୁ ରାଫେଲ ବିମାନର ତୃତୀୟ ଟ୍ରିପ୍‌ ମିଳି ଯାଇଛି। ବାୟୁ ସେନା ୨୦୧୬ରେ ୩୬ ଲଢୁଆ ବିମାନ ପାଇଁ ଫ୍ରାନ୍ସ ସହ ୫୯  ହଜାର କୋଟି ଟଙ୍କାର ରାଜିନାମା  ହୋଇଛି। ଏହି ତିନିକୁ ମିଶାଇ ଦେଶରେ ଏବେ ରାଫେଲ ବିମାନ ସଂଖ୍ୟା ୧୧ରେ ପହଞ୍ଚିଛି। ଦ୍ଵିତୀୟ ଦଫାରେ ତିନି ରାଫେଲ ବିମାନ ଗତ ବର୍ଷ ନଭେମ୍ବରରେ ଜାମନଗରରେ ଅବତରଣ କରାଯାଇଥିଲା। ଏହା ପରେ ସେଠାରୁ ବିମାନ ଅମ୍ବାଲାରେ ପହଞ୍ଚିଥିଲା।  ପ୍ରଥମ ଦଫାରେ ୫ ରାଫେଲ ବିମାନ  ଜୁଲାଇ ୨୯ରେ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା।

୨୦୨୧ ଶେଷ ସୁଦ୍ଧା ଭାରତ ବରାଦ ଦେଇଥିବା ସମସ୍ତ ୩୬ ରାଫେଲ ପହଞ୍ଚିବାର ସମ୍ଭାବନା ରହିଛି। ରାଫେଲର ଏକ ସ୍କ୍ଵାଡ୍ରନ ଅମ୍ବାଲାରେ ରହିବ ଏବଂ ଅନ୍ୟଟି ହସିମାଡା ଏୟାରବେସ୍‌ରେ ରହିବ। ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜାଯିବ। ପ୍ରଥମ ଆକାଶରୁ ଆକାଶରେ, ଦ୍ଵିତୀୟ ଆକାଶରୁ ଭୂପୃଷ୍ଠରୁ ଏବଂ ତୃତୀୟଟି ହାମର ମିସାଇଲ ରହିଛି।

   Related Posts