Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡିଲେ ଆଉ ୩ଟି ରାଫେଲ ବିମାନ, ଏହାକୁ ମିସାଇ ଆସିଲାଣି୧୭ ଫାଇଟର ଜେଟ୍

5/05/2021 at 5:48 PM

ନୂଆଦିଲ୍ଲ ୫।୫: ରାଫେଲ ଯୁଦ୍ଧ ବିମାନର ପରବର୍ତ୍ତି ବ୍ୟାଚ୍‌ ବୁଧବାର ଫ୍ରାନ୍ସରୁ ଭାରତ ଅଭିମୁଖେ ବାହାରିଛି। ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏହି ସୂଚନା ଦେଇଛନ୍ତି। ଭାରତକୁ ଆସୁଥିବା ଓମନି-ରୋଲ ଫାଇଟର ଜେଟ୍‌ର ଏହା ପଞ୍ଚମ ବ୍ୟାଚ୍‌। ଗତମାସରେ ଫ୍ରାନ୍ସରୁ ବିନା ବିରାମରେ ଉଡାଣ କରି ୩ଟି ରାଫେଲ ଯୁଦ୍ଧବିମାନ ଭାରତରେ ଅବତରଣ କରିଥିଲେ। ଫ୍ରାନ୍ସର ଇଷ୍ଟ୍ରେସ୍‌ ଏୟାର ବେସ୍‌ରୁ ଏହି ବିମାନଗୁଡିକ  ବାହାରିଥିଲେ।

ଭାରତ ବାୟୁସେନା ଲାଗି ଫରାସୀ ଡାସଲ୍ଡ ଏଭିଏସନ କମ୍ପାନୀରୁ ମୋଟ ୩୬ଟି  ରାଫେଲ ଯୁଦ୍ଧବିମାନ ଆଣୁଛି।  ଫ୍ରାନସରୁ ଉଡାଣ କରିଥିବା ୩ଟି ଯୁଦ୍ଧ ବିମାନ ସହ ଭାରତ ଏପର୍ଯ୍ୟନ୍ତ ୧୭ଟି  ଫାଇଟର ଜେଟ୍‌ ପାଇଛି। ଗତ ଥର ଆସିଥିବା ୩ଟି ରାଫେଲ ବିମାନ ଜାମନଗର ବାୟୁସେନା ଘାଟିରେ ଅବତରଣ କରିଥିଲେ। ବୁଧବାର ବାହାରିଥିବା ୩ଟି ରାଫେଲ ବିମାନଙ୍କୁ ୟୁଏଇର ମଲ୍ଟି ରୋଲ ଟ୍ୟାଙ୍କର ଟ୍ରାନ୍ସପୋର୍ଟ ବିମାନ ଉଡାଣ କାଳରେ ଇନ୍ଧନ ଦେବାରେ ସହାୟତା କରିବେ।

ଭାରତୀୟ ବାୟୁସେନା ଦୀର୍ଘ ବର୍ଷରୁ ଋଷୀୟ ଯୁଦ୍ଧବିମାନ ଆମଦାନୀ କରୁଥିଲା। ତେବେ ପ୍ରଥମ ଥର ପରମ୍ପରା ଭାଙ୍ଗି ଫ୍ରାନ୍ସରୁ ୩୬ଟି ଯୁଦ୍ଧବିମାନ କ୍ରୟ କରିଛି। ଏଥିଲାଗି ଫ୍ରାନ୍ସ ସହ ଏକ ଇଣ୍ଟର-ଗଭର୍ଣ୍ଣମେଣ୍ଟାଲ ରାଜିନାମା ସ୍ୱାକ୍ଷର କରିଛି। ଏହି ବିମାନ କିଣାରେ ଭାରତର ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ପାଇଥିଲା। ୨୯ ଜୁଲାଇ ୨୦୨୦ରେ ଏହି ଯୁଦ୍ଧବିମାନ ଭାରତରେ ଅବତରଣ କରିଥିଲେ।

   Related Posts