ଭାରତକୁ ମିଳିଲା ଆଉ ୩ ରାଫେଲ ଯୁଦ୍ଧବିମାନ, ଏପର୍ଯ୍ୟନ୍ତ ମିଳିଲାଣି ୨୧ ଫାଇଟର ଜେଟ୍

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ ୨୮।୫: ରାଫେଲ ଯୁଦ୍ଧ ବିମାନର ଆଉ ଏକ ବ୍ୟାଚ୍‌ ଗୁରୁବାର ଫ୍ରାନ୍ସରୁ ଉଡାଣ କରିବା ପରେ ଭାରତ ପହଞ୍ଚିଛି। ଫଳରେ ଭାରତୀୟ ବାୟୁସେନାରେ ରାଫେଲ ବିମାନ ସଂଖ୍ୟା ୨୧କୁ ପହଞ୍ଚିଛି। ୨୦୧୬ ମସିହାରେ ଭାରତ ସରକାର ୩୬ଟି ଯୁଦ୍ଧବିମାନ ଲାଗି ଫ୍ରାନ୍ସର ଡାସଲ୍ଟ ଏଭିଏସନକୁ ଅର୍ଡର ଦେଇଥିଲେ। ସେହି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ଯୁଦ୍ଧବିମାନକୁ ନେଇ ଅମ୍ବାଲାରେ ରାଫେଲର ଆଡଭାନ୍ସ ସ୍କ୍ୱାଡ୍ରନ ସ୍ଥାପିତ ହୋଇଛି।

{"id":458360,"sizeSlug":"large","linkDestination":"none"}

ଅମ୍ବାଲାରେ ୧୮ଟି ରାଫେଲ ଯୁଦ୍ଧବିମାନ ମୁତୟନ ହୋଇଥିବା ବେଳେ ଦ୍ୱିତୀୟ ସ୍କ୍ୱାଡ୍ରନ ପଶ୍ଚିମବଙ୍ଗର ହାସିମାରା ବାୟୁସେନା ଘାଟିରେ ମୁତୟନ ହେବେ। ଏଠାରେ ମଧ୍ୟ ୧୮ଟି  ବିମାନ ମୁତୟନ ହେବାକୁ ଥିବା ବେଳେ ଗୁରୁବାର ଷଷ୍ଠ ପର୍ଯ୍ୟାୟରେ ଆସିଥିବା ୩ଟି ବିମାନ ଏଠାରେ ଅବତରଣ କରିଛନ୍ତି। ଯୁଦ୍ଧ ବିମାନ ଲାଗି ହୋଇଥିବା ରାଜିନାମା ଅନୁସାରେ ଡାସଲ୍ଟ ଏଭିଏସନ ଚଳିତବର୍ଷ ଶେଷ ସୁଦ୍ଧା ଭାରତର  ସମ୍ପୂର୍ଣ୍ଣ ଅର୍ଡର  ପୁରଣ କରିବ। ଏଣୁ ବର୍ଷ ଶେଷ ହେବା ପୂର୍ବରୁ ହାସିମାରା ସ୍କ୍ୱାଡ୍ରନ ମଧ୍ୟ ସ୍ଥାପିତ ହୋଇସାରିଥିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.