ତବଲୀଗୀ ଜମାତ ଲିଙ୍କ୍: ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀର ଆଉ ତିନୋଟି ଅଞ୍ଚଳ ସିଲ୍

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ, ୧୦|୦୪:  ସରକାର ଦିଲ୍ଲୀର ଆଉ ତିନୋଟି ଅଞ୍ଚଳରେ ଲକଡାଉନକୁ କଡାକଡି କରିଛନ୍ତି । କେନ୍ଦ୍ରୀୟ ଓ ଉତ୍ତର ଦିଲ୍ଲୀର କିଛି ଅଞ୍ଚଳରେ ଜମାତ ଲିଙ୍କ୍ ଖବର ଆସିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏନେଇ ଦିଲ୍ଲୀ ଗୃହ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅଞ୍ଚଳ ହେଉଛି ଜାହାଙ୍ଗୀରୀପୁରୀର, ନବୀ କରରିମ ଓ ଚାନ୍ଦିନୀ ମହଲ ।

ଏସମସ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷିତ କରାଯାଇଛି । ଲୋକଙ୍କୁ ଘରେ ରହିବାକୁ ମରାମର୍ଶ ଦିଆଯାଉଛି । କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ସଂକ୍ରମଣ ରୋକିବା ପାଇଁ ଏହି ଅଞ୍ଚଳକୁ ସିଲ୍ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

{"id":252074,"width":751,"height":500,"sizeSlug":"large"}

ଏହି ଅଞ୍ଚଳବାସୀଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ କୌଣସି ପନିପରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ରାସନ ଆଦି କିଣିବା ପାଇଁ ଯାଇ ପାରିବେ ନାହିଁ । ପ୍ରଶାସନ ତରଫରୁ ଲୋକଙ୍କ ଘରେ ଏ ସବୁ ସାମଗ୍ରୀ ପହଁଚାଇବାର ବ୍ୟବସ୍ଥା କରାଯାଉଛି । ଏହାସହ ସ୍ଥାନୀୟ ଲୋକଙ୍କ ସ୍କ୍ରିନିଂ କରାଯାଉଛି । ସେମାନଙ୍କ ଉପରେ କଡା ନଜର ମଧ୍ୟ ରଖାଯାଉଛି ।

ଦିଲ୍ଲୀରେ ଜମାତ ଲିଙ୍କ୍ ପରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ନିଜାମୁଦ୍ଦୀନ ମରକଜରେ ସାମିଲ ସଦସ୍ୟଙ୍କ ମଧ୍ୟରୁ କେବଳ ଦିଲ୍ଲୀରେ ୪୦୦ରୁ ଅଧିକ ସଂକ୍ରମିତ ରହିଛନ୍ତି । ତେବେ ଯେଉଁମାନେ ଜମାତତ କାର୍ଯ୍ୟକ୍ରମରେ ସାମିଲ ଥିଲେ ସମସ୍ତଙ୍କ ଉପରେ ପୋଲିସ ପଡା ନଜଜର ରଖିବା ସବ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଧ୍ୟାନ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.