ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର, ୦୭|୦୫:   ରାଜ୍ୟରେ ପୁଣି ଆହୁରି ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଜଣେ ଜଗତସିଂହପୁର ଜିଲ୍ଲାର ଥିବା ବେଳେ ଆଉ ୨ଜଣ ବାଲେଶ୍ୱର ଜିଲ୍ଲାରୁ ରହିଛନ୍ତି ।

wp:core-embed/twitter {"url":"https://twitter.com/IPR_Odisha/status/1258371953884385281","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1258371953884385281
/wp:core-embed/twitter

ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ବୟସ ୭୦ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ସେହିପରି  ବାଲେଶ୍ୱର ସଂକ୍ରମିତଙ୍କ ବୟସ ଯଥାକ୍ରମେ ୨୬ ଓ ୨୯ । ଉଭୟ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବାଲେଶ୍ୱରରେ ମୋଟ ପଜିଟିଭ୍ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୫କୁ ବୃଦ୍ଧି ପାଇଛି ।

ଆଜି ସକାଳ ସମୟରେ ରାଜ୍ୟରେ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମର ହୋଇଥିବା ବେଳେ ୩ଜଣ ମୟୁରଭଞ୍ଜ ଜିଲ୍ଲାର ବୋଲି ଜଣାପଡିଛି । ତେବେ ଆଜି ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କୁ ମିଶାଇ ମୟୁରଭଞ୍ଜରେ ମୋଟ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.