କଟକ ସହରରୁ ଆଉ ୩ କୋଭିଡ୍ -୧୯ ପଜିଟିଭ୍ ଚିହ୍ନଟ, ଜଣେ ସ୍ଥାନୀୟ ସଂକ୍ରମିତ

Published By : Prameya-News7 Bureau | July 06, 2020 IST

କଟକ, ୦୬|୦୭: କଚକ ଜିଲ୍ଲାରୁ ସୋମବାର ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ସିଏମସି ଅଞ୍ଚଳରୁ ୩ ଜଣ ରହିଛନ୍ତି ।

wp:html /wp:html

ସିଏମସି ଅଞ୍ଚଳରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପେଡ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସେହିପରି ଆଉଜଣେ ସ୍ଥାନୀୟ ସଂକ୍ରମିତ । ଏକ ଘରୋଇ ମେଡିକାଲର କର୍ମଚାରୀ ।

ସୂଚନାଯୋଗ୍ୟ, କଟକ ସହରରେ ମୋଟ ୧୯୩ଜଣ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୬୯ଟି ସକ୍ରିୟ ରହିଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.