Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଲକ୍ଷୀମପୁର ଖିରୀ ହିଂସା ଘଟଣାରେ ଆଉ ୩ ଗିରଫ, ପୂର୍ବରୁ ୧୦ ଜଣଙ୍କୁ ଆରେଷ୍ଟ କରିଥିଲା ପୋଲିସ

23/10/2021 at 8:32 PM

ଲକ୍ଷୀମପୁର ୨୩/୧୦ : ଉତ୍ତର ପ୍ରଦେଶ ଖିରୀରେ ଘଟିଥିବା ହିଂସା ଘଟଣା ଏବେ ବି ମନରୁ ଲିଭିନାହିଁ । ଅକ୍ଟୋବର ୩ ତାରିଖରେ ଘଟିଥିବା ଛାତି ଥରା ଘଟଣାରେ ୪ ଜଣ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଶନିବାର ଆଉ ୩ ଜରଙ୍କୁ ଗିରଫ କରାଯାଇଛି । ଖିରୀ ହିଂସା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି ପୋଲିସ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ହେଲେ ମୋହିତ ତ୍ରିବେଦୀ, ରିଙ୍କୁ ରାଣା ଏବଂ ଧର୍ମେନ୍ଦ୍ର ସିଂହ । ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ସେମାନଙ୍କ ଠାରୁ ଏହି ଅଭିଯୁକ୍ତମାନଙ୍କ ନାଁ ଶୁଣିବାକୁ ମିଳିଥିଲା । ସେହି ଆଧାରରେ ପୋଲିସ ଏହି ୩ ଜଣଙ୍କୁ ଗିରଫ କରିଛି । ଗିରଫ ପରେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ପୋଲିସ ସେମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ।

ଖିରୀ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଗତ ଅକ୍ଟୋବର ୯ ତାରିଖରେ ତାକୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ପୋଲିସ ହେପାଜତରେ ଅଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୂର୍ବରୁ ବିଜେପି ନେତା ସୁମିତ ଜୟସଓ୍ବାଲ, ଅଙ୍କିତ ଦାସ ମଧ୍ୟ ରହିଛନ୍ତି । ଆସନ୍ତାକାଲି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି ।

   Related Posts