ଭୟଙ୍କର ବନ୍ୟା ଯୋଗୁଁ ସୁଦାନରେ ତିନି ମାସ ଜରୁରୀ ପରିସ୍ଥିତି: ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା

Published By : Prameya-News7 Bureau | September 06, 2020 IST

ସୁଦାନ ୦୬/୦୯:ସାଂଘାତିକ ବନ୍ୟା ଯୋଗୁଁ ସୁଦାନ ଅଧିକାରୀ ଦେଶକୁ ପ୍ରାକୃତିକ ବିପର୍ଯ୍ୟୟ ଇଲାକା ଭାବେ ଘୋଷଣା କରିଛନ୍ତି। ଜୁଲାଇ ମାସ ଶେଷରୁ ବନ୍ୟା ଜଳସ୍ତର ବଢ଼ୁଥିବାରୁ ପ୍ରାୟ ତିନି ମାସର ଇମରଜେନ୍ସି ଘୋଷଣା ହୋଇଛି। ଲଗାଣ ବର୍ଷା ପାଖାପାଖି ୧୦୦ ଲୋକଙ୍କ ଜୀବନ ନେଇଛି ଓ ୧୦୦,୦୦ରୁ ଅଧିକ ଘର ଜଳମଗ୍ନ ହୋଇଛି।

{"id":325764,"sizeSlug":"large"}

ରକ୍ଷା ଓ ସୁରକ୍ଷା ପରିଷଦର ବୈଠକ ଆସନ୍ତାକାଲି (ଶୁକ୍ରବାର)ରେ ବସିବା ପରେ ଏହି ଘୋଷରା କରାଯାଇଛି। ପ୍ରମୁଖ ସରାକାରୀ ଅଧିକାରୀ ଅଛନ୍ତି ଜେନେରାଲ ଉବଦେଲ ଫତହ ବୁରହାନ । ମୌସୁମୀ ବର୍ଷା ବନ୍ୟାର କାରଣ। ପଡୋଶୀ ଇଥିଓପିଆର ନୀଳ ନଦୀର ଜଳସ୍ତର ଅଗଷ୍ଟ ସୁଦ୍ଧା  ୧.୭୫ ମିଟରରେ ପହଞ୍ଚିଛି। ଯାହାକି ଏବେ ସୁଦ୍ଧା ସବୁଠାରୁ ଅଧିକ ରେକର୍ଡ ସଂଖ୍ୟକ ଜଳସ୍ତରରେ ବୋଲି ଜଳସେଚନ ମନ୍ତ୍ରୀ କହିଛନ୍ତି।

{"id":325756,"width":568,"height":378,"sizeSlug":"large"}

୧୯୮୮ ବନ୍ୟାଠାରୁ ଏ ବନ୍ୟାର ଜଳସ୍ତର ଅଧିକ ଥିବା କୁହାଯାଇଛି। ସେତେବେଳେ ଏହି ବନ୍ୟା ପାଇଁ ବହୁ ସଂଖ୍ୟା ଘର ନଷ୍ଟ ହୋଇଥିଲା। ତା’ସହ ଲକ୍ଷେରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଶ୍ରମ ଓ ସାମାଜିକ ବିକାଶ ମନ୍ତ୍ରୀ ଲୀନ ଉଲ-ଶେଖ କହିଛନ୍ତି ଏହି ବନ୍ୟା ପ୍ରାୟ ୧୦୦ ଲୋକଙ୍କ ଜୀବନ ନେଇଛି ଓ ଏଥିରେ ୪୬ ଜଣ ଆହାତ ହୋଇଛନ୍ତି। ଦେଶରେ ୫୦୦,୦୦୦ରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୧୦୦,୦୦ରୁ ଅଧିକ ଘର ପାଣିରେ ଭୁସୁଡି ପଡ଼ିଛି।

{"id":325757,"sizeSlug":"large"}

ଆଗାମୀ ଦିନରେ ସ୍ଥିତି ଅତ୍ୟନ୍ତ ଖରାପ ହେବ ବୋଲି ଆଶା କରାଯାଉଛି। କାରଣ ଅଗଷ୍ଟ ତୁଳନାରେ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହେବାର ସମ୍ଭାବନା‌ ଅଛି। ରାଜଧାନୀ ଖାତୁର୍ର୍ମରେ ମଧ୍ୟ ଏଭଳି ସ୍ଥିତି ଦୁଇ ସପ୍ତାହ ତଳେ ଦେଖିବାକୁ ମିଳିଥିଲା। ସହରର କିଛି ଜିଲ୍ଲାର ନିବାସୀଙ୍କୁ ନୀଳ ନଦୀର ଜଳକୁ ରୋକିବା ପାଇଁ ବନ୍ଧ ତଥା ବ୍ୟାରିକେଡତ ତିଆରି କରିଥିଲେ। ଅନଲାଇନ୍ ଫୁଟେଜରୁ ଏହା ଜଣାପଡ଼ିଛି। ସେନା ଲୋକଙ୍କୁ ବାହାରକୁ ଆଣିବା ପାଇଁ କଠିନ ପରିଶ୍ରମ କରିଥିଲେ। ସହରରେ ବ୍ୟାରିକେଡ୍ ନିର୍ମାଣ କରିବା ପାଇଁ ସେମାନେ ପାହଡ଼ କାଟି ଥିଲେ।

{"id":325761,"sizeSlug":"large"}

କରୋନା ମହାମାରୀ କାଳରେ ସ୍ବଚ୍ଚ ଜଳ ଯୋଗାଇବା ମହତ୍ବପୂଣ୍ର୍ର ବୋଲି ଓସିଏଚଏ କହିଛି। ବନ୍ୟା ୪୩ ସ୍କୁଲ ଓ ୨,୬୭୧ ସ୍ବାସ୍ଥ୍ୟ ସୁବିଧାକୁ କ୍ଷତି ପହଞ୍ଚାଇଛି। ଏହା ସହ ଚାଷରେ ମଧ୍ୟ କ୍ଷତି ଉପୁଜିଛି। ଓସିଏଚଏ ଅନ୍ତର୍ରାଷ୍ଟ୍ରୀୟ ସମୁଦାୟଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛି। କାରଣ ସୁଦାନ ପାଇଁ ୧.୬ ବିଲିଅନ ଆମରିକୀୟ ଡଲାରର ମାନବୀୟ ଯୋଜନାର ୪୪ ପ୍ରତିଶତରୁ କମ୍ ରହିଛି।

{"id":325762,"sizeSlug":"large"}

ଗତବର୍ଷ ମଧ୍ୟ ମୌସୁମୀ ବର୍ଷା ଓ ବନ୍ୟା ଯୋଗୁ ସୁଦାନର ୧୮ଟି ପ୍ରଦେଶରେ ଜୁଲାଇ- ଅଗଷ୍ଟ ମଧ୍ୟରେ ୭୮ ଲୋକଙ୍କ ମଧ୍ୟରୁ ୧୬ ଜଣ ପ୍ରାଣ ହରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.