କରୋନାକୁ ବିନା ଔଷଧରେ ହରାଇଲା ୩ମାସର ନବଜାତ ଶିଶୁ : ସମସ୍ତେ ଖୁସିରେ ବଜାଇଲେ ତାଳି

Published By : Prameya-News7 Bureau | April 27, 2020 IST

ଗୋରଖପୁର ୨୭/୪: ବିଆରଡି ମେଡିକାଲ୍ କଲେଜରେ ୩ମାସର ନବଜାତ ଶିଶୁ କରୋନାକୁ ମାତ୍ ଦେଇଛି। ୩ମାସର ଶିଶୁ ହସ୍ପିଟାଲ ନିଜ ମା ସହ ବାହାରକୁ ବାହାରିବା ମାତ୍ରେ ଜିଲ୍ଲାଧିକାରୀ,ଆୟୁକ୍ତ ଜୟନ୍ତ ନରଲିକର ଏବଂ ବିଆରଡି ମେଡିକାଲ୍ କଲେଜର ପ୍ରଧାନ ଅଧ୍ୟାପକ ଗଣେଶ କୁମାରଙ୍କ ସହ ଅନ୍ୟ ଲୋକମାନେ ଛିଡ଼ା ହୋଇ ତାଳି ବଜାଇଥିଲେ।

ଗଣେଶ କୁମାର କହିଥିଲେ ଯେ ଅପ୍ରେଲ୍ ୧୨ତାରିଖରେ ମା ଏବଂ ଶିଶୁ ଏଠାକୁ ଆସିବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ମାଆର ପରୀକ୍ଷା କରାଯିବା ପରେ ​‌ସେ ସଂକ୍ରମିତ ନଥିବାବେଳେ ଶିଶୁଟି ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଶିଶୁକୁ ବଞ୍ଚାଇବା ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ଏବଂ ଶିଶୁଠୁ ମାକୁ ଯେପରି ସଂକ୍ରମଣ ନହେବ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଡାକ୍ତରଙ୍କ ଦାୟିତ୍ବ ଥିଲା। ମାଆ ଆଇସୋଲେସନ ଓ୍ବାର୍ଡ଼ରେ ଶିଶୁର ଦେଖାଶୁଣା କରୁଥିଲେ। ମାଆ ଶିଶୁକୁ ସ୍ତନ୍ୟପାନ କରୁଥିବାବେଳେ ଏବଂ ଶିଶୁର ମଳ ମୂତ୍ର ସଫା କରୁଥିବାବେଳେ ମାସ୍କ ଏବଂ ଗ୍ଲୋବ୍ସ ପିନ୍ଧି ସମସ୍ତ ନିର୍ଦେଶ ପାଳନ କରିଥିଲେ।

ଜ୍ବର ବ୍ୟତୀତ ଶିଶୁକୁ ଅନ୍ୟ କୌଣସି ସମସ୍ୟା ନଥିଲା। ପ୍ରଥମେ ଶିଶୁକୁ ପାରାସିଟାମଲ୍ ଦିଆଯାଇଥିଲା। ନିଜର ପ୍ରତିରୋଧକ ଶକ୍ତି ପାଇଁ ବିନା ଔଷଧରେ ଶିଶୁ ଧୀରେ ଧୀରେ ଠିକ୍ ହୋଇଯାଇଥିଲା। କେବଳ ମା କ୍ଷୀରରେ ତା’ର ପ୍ରତିରୋଧକ ଶକ୍ତି ବଢ଼ିଥିଲା। ଘରେ କି କି ନିୟମ ପାଳନ କରାଯିବ ଏହା ଶିଶୁର ମାଆକୁ ବୁଝାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.