Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଅନାଥ ଆଶ୍ରମ ବାହାରୁ ଅଢେଇ ମାସର ଶିଶୁ ଉଦ୍ଧାର, ପାଖରେ ଥିଲା କ୍ଷୀର ବୋତଲ: କମ୍ବଳରେ ଗୁଡେଇ କେହି ଜଣେ ଛାଡି ଯାଇଥିଲା

17/11/2020 at 2:20 PM

ପଲବଲ ୧୭/୧୧ : ହରିୟାଣା ପଲବଲ ଜିଲ୍ଲାରୁ ଏକ ଅମାନବୀୟ ମାମଲା ସାମ୍ନାକୁ ଆସିଛି। ଛୋଟ ଦୀପାବଳି ଦିନ ଗୋଟିଏ ପରିବାର ଅଢେଇ ମାସର ଶିଶୁକୁ ଅନାଥ ଆଶ୍ରମ ଦ୍ୱାରମୁହାରେ ଛାଡି ଚାଲିଗଲା। ଘଟଣା ପଲବଲ ଜିଲ୍ଲା ବଘୌଲା ଗାଁ ସ୍ଥିତ ଅନାଥ ଆଶ୍ରମର। ଶୁକ୍ରବାର ଦିନ ଏକ ଶିଶୁ କମ୍ବଳରେ ଗୁଡା ହୋଇ ଶୁଆଇ ଦିଆଯାଇଥିବା ଆଶ୍ରମ ବାହାରେ ଖେଳୁଥିବା ଏକ ଶିଶୁ ଦେଖିଥିଲା। ଶିଶୁ ପାଖରେ କ୍ଷୀର ବୋତଲ ମଧ୍ୟ ଥିଲା। ଏହା ଦେଖି ଆଶ୍ରମ ସଞ୍ଚାଳକ  ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ଶିଶୁକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଚାଇଲ୍ଡ ୱେଲଫେୟାର ସୋସାଇଟି ଶିଶୁର ଦେଖରେଖ କରୁଛି। 

ବାଲ କଲ୍ୟାଣ ସମିତି ସଦସ୍ୟ ଅଲ୍ପନା ମିତ୍ତଲ କହିଛନ୍ତି ଯେ ଶିଶୁଟି ସୁସ୍ଥ ଅଛି। ଡାକ୍ତର ଶିଶୁର ବୟସ ଅଢେଇରୁ ତିନି ମାସ ହୋଇଥିବା କହିଛନ୍ତି। ଠିକ ସମୟରେ ଶିଶୁ ଉପରେ କାହାର ନଜର ନ ପଡ଼ିଥିଲେ ଶିଶୁତୀର ମୃତ୍ୟୁ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି। କୌଣସି ମହିଳା ପାରିବାରିକ କଳହ ଯୋଗୁଁ ଶିଶୁକୁ ଏହିଭଳି ଅନାଥ ଆଶ୍ରମ ସାମ୍ନାରେ ଛାଡି ଯାଇଥିବା ସନ୍ଦେହ କରାଯାଉଛି।

ଅଲ୍ପନା ମିତ୍ତଲ କହିଛନ୍ତି ଯେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ସିସିଆଇ (ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନ)ଗଠନ କରିଛନ୍ତି। ଏହା ଜରିଆରେ ଯେକୌଣସି ନାଗରିକ ସ୍ବେଛାକୃତ ଭାବେ ନିଜ ଶିଶୁଙ୍କୁ ଆଇନ ପ୍ରକ୍ରିୟା ଦ୍ୱାରା ସରକାରଙ୍କୁ ହସ୍ତାନ୍ତର କରିପାରିବେ। ଜିଲ୍ଲା ବାଲ କଲ୍ୟାଣ ଅଧିକାରୀ ସୀତା ଇନ୍ଦୀବର କହିଛନ୍ତି ଯେ ବଘୌଲା ଗାଁ ଆଖପାଖରେ କାମ କରୁଥିବା ଅଙ୍ଗନବାଡି କର୍ମଚାରୀଙ୍କ ମାଧ୍ୟମରେ ଶିଶୁର ବାପା-ମା’ ସମ୍ପର୍କରେ ପତା କରିବାକୁ ପ୍ରୟାସ କରାଯାଉଛି। ଏଥିପାଇଁ ପୋଲିସର ମଧ୍ୟ ସାହାଯ୍ୟ ନିଆଯାଇଛି।

ପଲବଲ ଆଶ୍ରମରେ ଜାଗା ନଥିବାରୁ ଶିଶୁକୁ ଫରିଦାବାଦ ସ୍ଥିତ ଚାଇଲ୍ଡ କେୟାର ୟୁନିଟକୁ ପଠାଇ ଦିଆଯାଇଛି। ଏଥିପାଇଁ ସମସ୍ତ ଆଇନ ପ୍ରକ୍ରିୟା ମଧ୍ୟ ପୁରା କରିଦିଆଯାଇଛି। କୌଣସି ଇଚ୍ଛୁକ ବ୍ୟକ୍ତି ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାକୁ ଚାହୁଁଥିଲେ ରାଜ୍ୟ ସରକାରଙ୍କ ୱେବସାଇଟକୁ ଯାଇ ଆବେଦନ କରି ଶିଶୁକୁ ନେଇପାରିବେ ବୋଲି ସେ କହିଛନ୍ତି।

   Related Posts