Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ମାସ ପରେ ମୃତ୍ୟୁର ଫାଶରୁ ବର୍ତ୍ତିଲେ ୩ ମାଙ୍କଡ ଏବେ ବି ଫଶିଛନ୍ତି ଆହୁରି ୨

ଝାରସୁଗୁଡା ୧୪।୧୧ – ବିପଦମୁକ୍ତ ହେଲେ ୩ ମାଙ୍କଡ । ଆଉ ୨ ମାଙ୍କଡ ରହିଲେ ବିପଦ ସଂକୁଳ ବିଦ୍ୟୁତ ଟାୱାର ଖୁଣ୍ଟ ରେ । ୩ ମାସରୁ ଉର୍ଦ୍ଧ୍ବ ସମୟରୁ ୧୧ ମାଙ୍କଡ ଫସିଥିଲେ ଟାପୁ ରେ । ଝାରସୁଗୁଡା ଜିଲ୍ଲା ଡୁମେରମୁଣ୍ଡା ଗାଁ ନିକଟରେ ଥିବା ହୀରାକୁଦ ରିଜର୍ଭର ଭିତରେ ରହିଥିବା ଟାୱାର ଖୁଣ୍ଟରେ ଫସିଥିଲେ ମାଙ୍କଡ ।

ଗତ ଅଗଷ୍ଟ ମାସରେ ବର୍ଷା ପାଣି ମାଡି ଆସିବାରୁ ଜଳ ଭଣ୍ଡାରରେ ପାଣି ଭର୍ତ୍ତି ହୋଇଯିବା ପରେ ବିଦ୍ୟୁତ ଟାୱାର ଲାଇନ ଖୁଣ୍ଟରେ ବସିଥିବା ମାଙ୍କଡ ସେଥିରୁ ମୁକୁଳିବାକୁ ଉଦ୍ୟମ କଲାବେଳେ ବିଦ୍ୟୁତ ଆଘାତରେ ୨ ଟି ଓ ପାଣିରେ ବୁଡି 3ଟି ମାଙ୍କଡର ମ୍ରୁତ୍ୟୁ ହୋଇଥିଲା |ସେମାନଙ୍କ ମଧ୍ୟରୁ ୫ ମାଙ୍କଡ଼ ମୃତ୍ୟୁ ବରଣ କରିଥିଲେ ।ଅନ୍ୟ ୬ ଟି ମାଙ୍କଡ ମଧ୍ୟରୁ ଗତକାଲି ଗୋଟିଏ ଶିଶୁ ମାଙ୍କଡ଼କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ସହ ବନ ବିଭାଗର ଦ୍ରୁଷ୍ଟି ଆକର୍ଷଣ ପରେ ଆଜି ଝାରସୁଗୁଡା ଡିଏଫ୍‌ଓ ଓ ଅନ୍ୟ ବନ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯନ୍ତା ରେ ଜାଲ ପକାଇ ମାଙ୍କଡ଼ ଧରିବା ଉଦ୍ୟମ କରିଥିଲେ ।ଏଥିରେ ୩ ଜଣଙ୍କୁ ଉଦ୍ଧାର କରି ଟାପୁରୁ ବାହାର କରାଯାଇ ଥିବା ବେଳେ ଆଉ ୨ ମାଙ୍କଡକୁ ଉଦ୍ଧାର ଜାରୀ ରହିଛି ।ଏହି ଉଦ୍ଧାର କାମରେ ସ୍ଥାନୀୟ ଲୋକେ ନିଜର ସମସ୍ତ ସମର୍ଥ୍ୟ ଦେଇ ଉଦ୍ୟମ କରିଥିବାରୁ ଡିଏଫଓ ସେମାନଙ୍କୁ ଓ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିଲେ |

216 Views

   ସମ୍ବନ୍ଧିତ ଖବର