ଭୁବନେଶ୍ବର: ଲକ୍ଷ୍ମୀସାଗର ପୋଲିସ କବଜାରେ ୩ ମୋବାଇଲ ଲୁଟେରା, ୧୦୫ଟି ଦାମୀ ମୋବାଇଲ ଜବତ
3/01/2021 at 5:41 PM

ଭୁବନେଶ୍ବର୩/୧: ଭୁବନେଶ୍ବର ଲକ୍ଷ୍ମୀସାଗର ପୁଲିସ କବଜାରେ ମୋବାଇଲ ଲୁଟେରା। ଗୋଟିଏ ନୁହେଁ କି ଦୁଇଟି, ଏକାସାଙ୍ଗରେ ୧୦୫ଟି ଦାମୀ ମୋବାଇଲ ଜବତ କରିଛି ପୁଲିସ୍। ପୁଲିସର ସୂଚନା ମୁତାବକ, ରାଜଧାନୀ ବ୍ୟତୀତ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ମୋବାଇଲ ଲୁଟେରା ଆତଙ୍କ ଖେଳାଇଛନ୍ତି। ଏହି ଲୁଟ୍ ଘଟଣାରେ ସଂପୃକ୍ତ ୩ ଲୁଟେରାଙ୍କୁ ଲକ୍ଷ୍ମୀସାଗର ପୁଲିସ୍ ଗିରଫ କରିଛି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ମୋବାଇଲ ଲୁଟ୍ ବ୍ୟତୀତ ଅନ୍ୟ ଜିନିଷର ଲୁଟ୍ପାଟ ଆରମ୍ଭ ହୋଇଯାଇଛି। ବିଗତ ଦିନରେ ନଜୀର ରହିଛି ଯେ, ଦିନ ଦ୍ବିପହରେ ଲୋକଙ୍କୁ ମାରଣାସ୍ତ୍ର ଏବଂ ବନ୍ଧୁକ ଦେଖାଇ ଟଙ୍କା-ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା। ତେଣୁ ବର୍ତ୍ତମାନ ରାଜଧାନୀରେ ଲୁଟେରାମାନେ ଧୀରେ ଧୀରେ ନିଜର କାୟା ବିସ୍ତାର କରି ସାରିଲେଣି। ରାଜଧାନୀର କମିଶନରେଟ୍ ପୁଲିସ୍ ଆଖିରେ ଧୂଳି ଦେଇ ଲୁଟେରା ଲୁଟି ନେଉଛନ୍ତି ମୋବାଇଲ-ସୁନାଗହଣା-ଟଙ୍କା।