ଗଜପତି ପାହାଡ ଧସିବା ଘଟଣାରେ ମିଳିଲା ଆଉ ୩ଜଣଙ୍କ ମୃତଦେହ

Published By : Prameya-News7 Bureau | October 16, 2018 IST

ଗଜପତି ୧୬/୧୦ : ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତର ବାରଘର ଗାଁରେ ବାତ୍ୟା ତିତିଲି ଓ ପରବର୍ତ୍ତୀ ବନ୍ୟା ପ୍ରଭାବରେ ପହାଡ ଧଷି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା | ତେବେ ଆଉ ୩ ଜଣ ଗତ ୫ ଦିନ ହେଲା ନିଖୋଜ ଥିଲେ | ସେହି ୩ଜଣଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି | ବାରଘର ଗ୍ରାମବାସୀ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଗଙ୍ଗାବାଡକୁ ପଠାଇଦିଆଯାଇଛି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.