ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳି : ୩ ଜଣ ବାଇକରେ ଆସି ଗୁଳିମାଡ କରି ଫେରାର

Published By : Prameya-News7 Bureau | December 30, 2019 IST

ପୁରୀ ୩୦/୧୨: ଦିନକ ପରେ ନୂଆବର୍ଷ ହେଲେ ତାପୂର୍ଵରୁ  ସକ୍ରିୟ ହେଲେଣି ଦୃବୁତ ।ପୁଣି ଲୁଟେରା ଙ୍କ କଳା  କାରାନାମl।ଗତ କାଲି ସୋମେଶ୍ବରପୁର ସୁଜାତା ପେଟ୍ରୋଲ  ପମ୍ପ ମାଲିକଙ୍କୁ ଗୁଳି କରି ଲୁଟ ଉଦ୍ୟମ ବିଫଳ ହୋଇଛି ହେଲେ ପେଟ୍ରୋଲ ପମ୍ପ ମାଲିକ ଗୁଳି ମାଡରେ ଶିକାର ହୋଇଛନ୍ତି ।

{"id":204388,"sizeSlug":"large"}

ଟଙ୍କା ଲୁଟିବା ପ୍ରୟାସ କରିଥିଲେ ଦୃର୍ବୃତ୍ତମାନେ ହେଲେ କିଛି ବି ଟଙ୍କା ନେଇପାରିନାହାନ୍ତି । ଏମିତି ଘଟଣା ପାଇଁ ଏବେ ସତ୍ୟବାଦୀ ରେ ଯିବା ଆସିବା କରିବା ପାଇଁ ସ୍ଥାନୀୟ ଲୋକ ଭୟଭୀତ ହେଲେଣି ।ଲୋକେ  ସାକ୍ଷୀଗୋପାଳ-ଅଳଗୁମ ରାସ୍ତାର ପୁରୁଣା ସୋମେଶ୍ବରପୁର ଛକ ନିକଟ ସୁଜାତା ପେଟ୍ରୋଲ ପମ୍ପରେ ମାଲିକ ଶ୍ରୀକାନ୍ତ ରଥଙ୍କ ପେଟରେ ଗୁଳି ବାଜିଛି ।

{"id":204389,"sizeSlug":"large"}

ପ୍ରଥମେ ସତ୍ୟବାଦୀ ଓ ପରେ ଅବସ୍ଥା ସଙ୍କଟ।ପର୍ଣ୍ନ ହେବାରୁ ଭୁବନେଶ୍ବର ଏମ୍ସ ରେ  ଚିକିତ୍ସା ପାଇଁ ଭର୍ତି କରାଯାଇଛି।ତାଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ତଦନ୍ତ ଆରମ୍ଭ କରିଛି।ପୋଲିସ ଗୋଟିଏ ଖୋକା ଜବତ କରିଛି। ବାଇକରେ ଆସି ତିନି ଜଣ ଦୃର୍ବୃତ ନମ୍ବର ବିହୀନ ଆପାଚି ଗାଡ଼ିରେ ଆସିଥିଲେ । ୩ଜଣ ମୁଖା ପିନ୍ଧିଥିବା କୁହାଯାଉଛି । ଗୁଳିକରି ଲୁଟେରାମାନେ ଫେରାରହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.