Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଡକାୟତି ଉଦ୍ୟମ ଯୋଜନା ପଣ୍ଡ : ଧରାପଡିଲେ ୩, ଖସିଗଲେ ୨, ବାଇକ୍ ଓ ବନ୍ଧୁକ ଜବତ

30/06/2020 at 1:26 PM

ଭଦ୍ରକ ୩୦।୬: ରାଜପଥରେ ଡକାୟତି ଉଦ୍ୟମ ଯୋଜନା ପଣ୍ଡ ହୋଇଛି । ବନ୍ଧୁକ ସହ ୫ ଜଣ ଡକାୟତ ଅପେକ୍ଷା କରିଥିବା ବେଳେ ମାଡିବସିଲା ପୋଲିସ । ପୋଲିସକୁ ଦେଖି ୨ ଜଣ ଡକାୟତ ଦୌଡ଼ି ପଳାଇଯାଇଥିବା ବେଳେ ଅନ୍ୟ ୩ ଜଣ ପୋଲିସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ଚାଲିଥିଲା ଡକାୟତି ପାଇଁ ପ୍ରସ୍ତୁତି ।  ଖବର ପାଇଁ ପେଟ୍ରୋଲିଂ ଟିମ୍ ସହ ଭଦ୍ରକ ଟାଉନ୍ ପୋଲିସ ଚାରିଆଡୁ ଘେରିଯାଇଥିଲେ । ପୋଲିସକୁ ଦେଖି ଅନ୍ୟ ଦୁଇ ଜଣ ଡକାୟତ ଦୌଡି ପଳାଇଯାଇଥିଲେ ବେଳେ ଅନ୍ୟ ୩ ଜଣ ଧରା ପଡ଼ିଥିଲେ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ତେବେ ଡକାୟତି ପାଇଁ ବ୍ୟବହାର ହେବାକୁ ଥିବା ଦୁଇଟି ବାଇକ୍  ଜବତ ହୋଇଛି ।

୩ ଗିରଫ ଅଭିଯୁକ୍ତ ହେଲେ ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ପାଗୁଳୁ ସେଠୀ, ତପନ ଦଳେଇ ଓ  ବାଉଦପୁର ଅଞ୍ଚଳର ଅଜିତ ସେଠୀ ବୋଲି ସୂଚନା ଦେଇଛି ପୋଲିସ । ତେବେ ଫେରାର ୨ ଜଣ ଡକାୟତଙ୍କ ପରିଚୟ ମିଳିଛି ଓ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

   Related Posts