Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ଭଉଣୀଙ୍କୁ ଘରେ ପଶି ଦୁଷ୍କର୍ମ ପରେ ହତ୍ୟା : ନା ମାନେ ନା

6/06/2018 at 9:16 AM

ବିହାର ବାଙ୍କା ଜିଲ୍ଲାରୁ ଆସିଛି ଲୋମହର୍ଷଣକାରୀ ଖବର | ନିଜ ଘରୁ ମିଳିଛି ୩ ନାବାଳିକା ଝିଅଙ୍କ ମୃତଦେହ | ନାବାଳିକାଙ୍କୁ ହତ୍ୟା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି | ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି | ଦୁଷ୍କର୍ମ ଓ ହତ୍ୟାର ଶିକାର ୩ ନାବାଳିକା ଭଉଣୀ ଓ ସେମାନଙ୍କ ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ | ୩ ଭଉଣୀଙ୍କ ବାପା ପଶ୍ଚିମବଙ୍ଗରେ ଦିନ ମଜୁରିଆ ଭାବେ କାମ କରନ୍ତି | ନାବାଳିକାଙ୍କ ମା ତାଙ୍କ ବାପା ଘରକୁ ଯାଇଥିବା ବେଳେ ପିଲାମାନେ ଏକୁଟିଆ ଘରେ ଥିଲେ | ଆଉ ଏହାର ସୁଯୋଗ ନେଲେ ଦୁର୍ବୁର୍ତ୍ତ | ବାପା ଘରୁ ଫେରି ମା ନିଜ ଝିଅ ମାନଙ୍କ ମୃତଦେହ ଘର ଭିତରେ ପଡିଥିବା ଦେଖି ପୋଲିସକୁ ଏତଲା କରିଥିଲେ |

Leave a Reply

   Related Posts