ସ୍ବାମୀଙ୍କ ମୃତ୍ୟୁ ପରେ ପୁଅ,ଝିଅଙ୍କୁ ଧରି ନଦୀକୁ ଡେଇଁ ପଡ଼ିଲେ ମହିଳା : କରୋନା ପାଇଁ ସରିଗଲା ସଂସାର

Published By : Prameya-News7 Bureau | August 20, 2020 IST

ରାଜମହେନ୍ଦ୍ରି ୨୦/୮: ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ଭାଇରସ୍ କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଛି। ଏହି ସମୟରେ ଆନ୍ଦ୍ରପ୍ରଦେଶରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ଘରର ମୁରବୀଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଯିବା ପରେ ପରିବାରର ବାକି ସଦସ୍ୟ ଆତ୍ମହତ୍ୟା କରି ଦେଇଛନ୍ତି।

 ଘଟଣାଟି ଘଟିଛି ଗୋଦାବରୀର ରାଜମହେନ୍ଦ୍ରିରେ। ଏଠାରେ ଗୋଟିଏ ପରିବାରର ୩ଜଣ ସଦସ୍ୟ ଆତ୍ମହତ୍ୟା କରି ଦେଇଛନ୍ତି। ମାଆ,ପୁଅ ଏବଂ ଝିଅ ବାପାଙ୍କ ମୃତ୍ୟୁ ପରେ ନିଜ ଜୀବନ ହାରି  ଦେଇଛନ୍ତି। ୩ଜଣ ଗୋଦାବରୀ ନଦୀ ପୋଲରୁ ଡେଇଁ ପଡ଼ିଛନ୍ତି। ନଦୀରେ ବୁଡ଼ି ୩ଜଣଙ୍କ ମୃତ୍ୟୁ ହୋଇଯାଇଛି।

୪ଦିନ ତଳେ କରୋନା ଭାଇରସରେ ସଂକ୍ରମିତ ହେବା ଫଳରେ ପରିବାରର ମୁରବୀ ୫୨ବର୍ଷ ବୟସ୍କ ନରସୈୟାଙ୍କ ମୃତ୍ୟୁ ହୋଇଯାଇଥିଲା। ପୋଲିସଙ୍କ ମୁତାବକ ନରସୈୟାଙ୍କ ମୃତ୍ୟୁ ପରଠୁ ପରିବାର ଲୋକେ ମାନସିକ ଅବସାଦରେ ଥିଲେ। ତାଙ୍କ ମୃତ୍ୟୁ ପରଠୁ ସମ୍ପର୍କୀୟ କିମ୍ବା ବନ୍ଧୁ କେହି ତାଙ୍କୁ ସହଯୋଗ କରିନଥିଲେ। ଏହି କାରଣରୁ ସେମାନେ ଚିନ୍ତିତ ଥିଲେ।

ପୋଲିସଙ୍କ କହିବା ଅନୁସାରେ ପୁଅ ନରସିଂହ ଫଣୀକୁମାର(୨୫),ଝିଅ ଲକ୍ଷ୍ମୀ ଅପର୍ଣ୍ଣାଙ୍କ ସହ ମାଆ ପୈରିମୀ ସ୍ନୁନିତା(୫୦) ଆତ୍ମହତ୍ୟା କରି ଦେଇଥିଲେ। ୩ଜଣଙ୍କ ମୃତ୍ୟୁର ସୂଚନା ପୋଲିସକୁ ସେହି କାରରୁ ମିଳିଥିଲା ଯେଉଁଥିରେ ସେମାନେ ପୋଲ ନିକଟ​‌ରେ ପହଞ୍ଚିଥିଲେ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.