Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୦ ଦିନରେ ସ୍ୱାମୀ, ଶାଶୁ-ଶ୍ୱଶୁରଙ୍କୁ ଗ୍ରାସ କଲା କରୋନା: ୧୬ ଲକ୍ଷ ଖର୍ଚ୍ଚ କରି ପାଇଲେ ଶବ, ଏବେ ପୁଅ ବି ସଂକ୍ରମିତ

19/04/2021 at 5:19 PM

ଇନ୍ଦୋର ୧୯/୦୪ : ଦେଶରେ କରୋନାର ଭୟାବହ ସ୍ଥିତି ଦେଖିବାକୁ ମିଳୁଛି। ଏପ୍ରିଲ ମାସରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇଛି। ତାସହ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇଛି। ଏତେ ସଂଖ୍ୟାରେ ସଂକ୍ରମିତଙ୍କ ମୃତ୍ୟୁ ହେଉଛି ଯେ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଲକ୍ଷ ଲକ୍ଷ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି। ମହାମାରୀ କାହାକୁ ବାପା ଛେଉଣ୍ଡ କରିଦେଇଛି ତ କାହାଠୁ ମା’କୁ ଛଡେଇ ନେଇଛି। କାହାର ପୁଅଝିଅ ତ ପୁଣି କାହାର ଭାଇ-ଭଉଣୀ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି। ମହାମାରୀ କାହା ହାତରୁ ଶଙ୍ଖା ଛଡେଇ ନେଇଛି ତ କାହା ମୁଣ୍ଡରୁ ଛାତ।

ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ପରିବାରର ଏହିଭଳି ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ପରିବାରରେ ୫ ଜଣ। ବାପା-ମା, ପୁଅ-ବୋହୁ ଓ ନାତି। କରୋନା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ। ଇନ୍ଦୋରର ପାଦରି ପରିବାରରେ ୧୦ ଦିନ ମଧ୍ୟରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପରିବାରର ୪ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଘରର ମୁଖିଆ, ତାଙ୍କ ପତ୍ନୀ ଓ ପୁଅ କରୋନାରେ ଚାଲିଗଲେ। ନାତି କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଓ ବୋହୁ ଆଇସୋଲେସନରେ।

ମାର୍ଚ୍ଚ ଶେଷ ସପ୍ତାହରେ ପାଦରିଙ୍କ ୬୧ ବର୍ଷୀୟ ପୁଅ ଜନ୍ସନଙ୍କୁ ଜ୍ୱର ହୋଇଥିଲା। ଡାକ୍ତରଙ୍କୁ ପରାମର୍ଶ କରି ତାଙ୍କୁ ଔଷଧ ଦିଆଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ହେବାରୁ କରୋନା ଯାଞ୍ଚ କରାଯାଇଥିଲା। ଏପ୍ରିଲ ୧ରେ ଜନ୍ସନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ପରିବାରର ସବୁ ସଦସ୍ୟଙ୍କ କରୋନା ଯାଞ୍ଚ କରାଯାଇଥିଲା। ଜନ୍ସନଙ୍କ ପତ୍ନୀଙ୍କୁ ଛାଡି ବାକି ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ଏପ୍ରିଲ ୨ରେ ଜନ୍ସନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ରେ ତାଙ୍କ ବାପା ଓ ୬ ତାରିଖରେ ମା’ଙ୍କୁ ଭର୍ତ୍ତି କରାଗଲା। ୩ ଜଣଙ୍କ ଚିକିତ୍ସାରେ ବହୁତ ଟଙ୍କା ଖର୍ଚ୍ଚ ହେଲା କିନ୍ତୁ ରୋଗ ଆଗରେ ଟଙ୍କା ହାର ମଣିଗଲା। ୭ ତାରିଖରେ ଜନ୍ସନଙ୍କ ବାପା, ୧୬ ତାରିଖରେ ଜନ୍ସନ ଓ ୧୭ ତାରିଖରେ ଜନ୍ସନଙ୍କ ମା’ଙ୍କ ମୃତ୍ୟୁ ହୋଇଗଲା। ୧୬ ଲକ୍ଷରୁ ଅଧିକ ଟଙ୍କା ବିଲ ଦେଇ ମଧ୍ୟ ପରିବାର ସଦସ୍ୟଙ୍କୁ ବଞ୍ଚାଇ ପାରିନଥିଲେ ଜନ୍ସନଙ୍କ ପତ୍ନୀ। ଜନ୍ସନଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡିଛନ୍ତି | ବର୍ତ୍ତମାନ ତାଙ୍କ ପୁଅର ଚିକିତ୍ସା ଚାଲିଛି। ପୁଅ ଭାଗ୍ୟ ଭଗବାନଙ୍କ ହାତରେ ବୋଲି ସେ କହିଛନ୍ତି।

   Related Posts