IPL : ଚେନ୍ନାଇ ସୁପର କିଙ୍ଗସ୍‌ର ୩ ସଦସ୍ୟ କରୋନା ଆକ୍ରାନ୍ତ, ଅଧାରୁ ବନ୍ଦ ହୋଇଯିବ କି ଆଇପିଏଲ?

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୦୩/୦୫ : ଇଣ୍ଡିଆନ ପ୍ରିମିୟର ଲିଗ (IPL) କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କୋଲକାତା ନାଇଟ୍ ରାଇଡର୍ସର ୨ଜଣ ଖେଳାଳୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଚେନ୍ନାଇ ଟିମର ୩ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଚେନ୍ନାଇ ଟିମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) କାଶୀ ବିଶ୍ବନାଥନ୍‌, ବୋଲିଂ କୋଚ୍‌ ଏଲ୍‌ ବାଲାଜୀ ଏବଂ ବସ୍‌ର କ୍ଲିନର କରୋନା ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । ଆଶ୍ବସ୍ତିକର କଥା ହେଉଛି ଟିମ୍‌ର ବାକି ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ଗତ ରବିବାର ଦିନ ସିଏସ୍‌କେର ସମସ୍ତ ଖେଳାଳୀ ଏବଂ ଟିମ୍‌ ସଦସ୍ୟଙ୍କ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଚେନ୍ନାଇ ଟିମ ଦିଲ୍ଲୀରେ ଅଛି ଏବଂ ଆସନ୍ତା ବୁଧବାର ରାଜସ୍ଥାନ ରୟାଲସ୍‌ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଅଛି । ଏହାରି ମଧ୍ୟରେ ଦଳର ଅଭ୍ୟାସକୁ ମଧ୍ୟ ରଦ୍ଦ କରାଯାଇଛି ।

ସେପଟେ କୋଲକାତା ନାଇଟ ରାଇଡର୍ସର ୨ ଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । IPL ଜାରି କରିଥିବା ବୟାନ ଅନୁଯାୟୀ ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ଓ୍ବାରିୟରଙ୍କୁ କରୋନା ହୋଇଛି । ଉଭୟ ଖେଳାଳୀଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ମେଡିକାଲ ଟିମ ଲଗାତାର ଭାବେ ସେମାନଙ୍କ ଉପରେ ନଜର ରଖିଛନ୍ତି । ତେବେ ଆଶ୍ବସ୍ତିକର କଥା​‌ ହେଉଛି ଟିମର ବାକି ସମସ୍ତ ଖେଳାଳୀଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ତେବେ ଏହାରି ମଧ୍ୟରେ ଆଇପିଏଲ ଜାରି ରହିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ କୋଲକାତା ଏବେ ଚେନ୍ନାଇ ଟିମରେ କରୋନା ସଂକ୍ରମିତ ଚିହ୍ନଟ ହେବା ଆଗକୁ ଆଇପିଏଲ ଜାରି ରହିବା ନେଇ ସସ୍‌ପେନ୍ସ ଛିଡା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.