ନଦୀରେ ବୁଡି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | March 23, 2019 IST

ସମ୍ବଲପୁର ୨୩|୩ : ସମ୍ବଲପୁର ଠେଲାକଲୋଇ ଅଞ୍ଚଳରେ ଭେଡେନ ନଦୀରେ ବୁଡ଼ି ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା ଭେଡେନ ନଦୀରେ ୩ ଜଣ ବୁଡ଼ି ଯାଇ ନିଖୋଜ ହୋଇଥିଲେ। ଆଜି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଭୂଷଣ ଷ୍ଟିଲ ପ୍ଲାଣ୍ଟ ଦମକଳ ବାହିନୀ ଓ ରେଙ୍ଗାଲୀ ଅଗ୍ନିଶମ ବିଭାଗ ।

ସୂଚନାଯୋଗ୍ୟ ଯେ, ଗତକାଲି ହୋଲି ଖେଳିବା ପରେ ଭେଡେନ ନଦୀକୁ ଗାଧୋଇବାକୁ ଯାଇଥିଲେ ରାଜୁ ପାଶ୍ବନ ଓ ତାଙ୍କ ୮ ବର୍ଷର ପୁଅ ବାଦଲ ଏବଂ ୭ ବର୍ଷର ଝିଅ । ଗାଧୋଉଥିବା ବେଳେ ଦୁଇ ପିଲା ନଦୀରେ ବୁଡ଼ି ଯାଇଥିଲେ। ତେବେ ରାଜୁଙ୍କ ହାତ ଭାଙ୍ଗି ଯାଇଥିବାରୁ ପିଲାମାନଙ୍କୁ ଉଦ୍ଧାର କରିବା ବେଳେ ନିଜେ ମଧ୍ୟ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି । ମୃତଦେହ ଗୁଡ଼ିକୁ ନଦୀରୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଛି । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.