ଅଯୋଧ୍ୟା ବିବାଦର ସମାଧାନ କରିବେ ୩ ମଧ୍ୟସ୍ଥି, ଜଷ୍ଟିସ୍ ଇବ୍ରାହିମ ଖଲି ଫୁଲ୍ଲାହ, ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ

Published By : Prameya-News7 Bureau | March 08, 2019 IST

ଅଯୋଧ୍ୟା ୮/୩ : ଅଯୋଧ୍ୟା ରାମ ଜନ୍ମଭୂମି–ବାବ୍ରୀ ମସଜିଦ୍ ବିବାଦର ସମାଧାନ କରିବେ ମଧ୍ୟସ୍ଥି ।  ସର୍ବୋଚ୍ଚ ନ୍ୟାୟାଳୟ ଏଥିଲାଗି ତିନି ଜଣ ମଧ୍ୟସ୍ଥିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି । ଜଷ୍ଟିସ୍  ଇବ୍ରାହିମ ଖଲି ଫୁଲ୍ଲାହ, ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ଏଥିପାଇଁ ଦାୟିତ୍ବ ଦେଇଛନ୍ତି। ୮ ସପ୍ତାହ ମଧ୍ୟରେ ମଧ୍ୟସ୍ଥମାନେ ରିପୋର୍ଟ ଦେବେ।

{"id":91718}

ଶ୍ରୀଶ୍ରୀ ଶ୍ରୀରାମ ଇବ୍ରାହିମ କରିବେ ଶ୍ରୀରାମ ଲାଲାଙ୍କ ମାମଲାର ସମାଧାନ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍  ଇବ୍ରାହିମ ଖଲିଫୁଲ୍ଲାହ, ଆଧ୍ୟାତ୍ମିକ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପଞ୍ଚୁ ବାହାର କରିବେ ଅଯୋଧ୍ୟା ବିବାଦର ସମାଧାନ ସୂତ୍ର ।୭୦ ବର୍ଷର ମାମଲାର ସମାଧାନ ପାଇଁ ସୁପ୍ରିମ କୋର୍ଟ ଏହି ତିନି ଜଣଙ୍କୁ ମଧ୍ୟସ୍ଥ ଦାୟିତ୍ବ ଦେଇଛନ୍ତି। ବିବାଦୀୟ ପକ୍ଷଙ୍କ ସହିତ ଆପୋଷ ଆଲୋଚନା କରାଇ ଏମାନେ ସମାଧାନ ସୂତ୍ର ବାହାର କରିବେ। ମଧ୍ୟସ୍ଥିମାନେ ୧ ସପ୍ତାହ ମଧ୍ୟରେ କାର୍ଯ୍ୟ କରିବେ । 

{"id":91719}

୪ ସପ୍ତାହ ମଧ୍ୟରେ ଷ୍ଟାଟସ  ରିପୋର୍ଟ ପ୍ରଦାନ କରିବେ । ଆଉ ୮ ସପ୍ତାହ ମଧ୍ୟରେ ଦେବେ ଚୂଡାନ୍ତ ରିପୋର୍ଟ । ଖାଲି ସେତିକି ନୁହେଁ ଏହା କେବଳ ଜମିଜମା ମାମଲା ନୁହେଁ,ବରଂ ଲୋକମାନଙ୍କ ଧାର୍ମିକ ଭାବନା ସହିତ ଜଡିତ,  ତେଣୁ ମାମଲାର ରିପୋର୍ଟି ପ୍ରକାଶ ନେଇ ଗଣମାଧ୍ୟମ ଉପରେ କଟକଣା ଲଗାଇଛନ୍ତି କୋର୍ଟ ।

{"id":91720}

ଜଷ୍ଟିସ ଫକୀର ଇବ୍ରାହିମ୍ ଖଲିଫୁଲ୍ଲା, ନିଜ ଲମ୍ବା କ୍ୟାରିଅରରେ ବିଭିନ୍ନ ହାଇକୋର୍ଟରେ ବିଚାରପତି ଓ ମୁଖ୍ୟ ବିଚାରପତି କାର୍ଯ୍ୟ ତୁଲାଇବା ସହିତ ସୁପ୍ରିମକୋର୍ଟର ମଧ୍ୟ ବିଚାରପତି ଥିଲେ । ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠା ଶ୍ରୀ ଶ୍ରୀ ରବି ଶଙ୍କର ପୂର୍ବରୁ ମଧ୍ୟ ଏହି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ । ବିଭିନ୍ନ ପକ୍ଷ ସହିତ ଆଲୋଚନା କରିଥିଲେ। ଆଉ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କର ମଧ୍ୟସ୍ଥତା ନେଇ ୨୦ ବର୍ଷର ଅନୁଭୁତି ।  ଶ୍ରୀରାମ ପଞ୍ଚୁଙ୍କ ମିଡିଏସନ୍ ଚାମ୍ବର୍ସ ବିଭିନ୍ନ କର୍ପୋରେଟ ବିବାଦର ସମାଧାନ କରିଥାଏ । ଆଉ ଶ୍ରୀରାମ ଏବେ ରାମଲାଲାଙ୍କ ମାମଲାର ସମାଧାନରେ ଲାଗିବେ।

ସୁପ୍ରିମକୋର୍ଟ ସିନା ମଧ୍ୟସ୍ଥି ସ୍ଥିର କରିଦେଲେ। କିନ୍ତୁ କଣ ମନ୍ଦିର ମସଜିଦ ନାଁରେ ଯେଉଁମାନେ ବର୍ଷ ବର୍ଷ ଧରି ମୁହାଁମୁହିଁ ହୋଇଛନ୍ତି ସେମାନେ କଣ ଏହାକୁ ଗ୍ରହଣ କରିବେ। କିଛି ତ ଏବେଠାରୁ କେଁ କାଢ଼ିଲେଣି। ଶ୍ରୀଶ୍ରୀଙ୍କୁ ସ୍ଥାନ ଦିଆଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ଓସାଦୁଦ୍ଦିନ ଓୱେସି। ସେପଟେ ଉମାଭାରତୀ କହିଛନ୍ତି ସମାଧାନସୂତ୍ର କେବଳ ଗୋଟିଏ ମନ୍ଦିର ହିଁ ନିର୍ମାଣ ହେବ

{"id":91721}

ଗୋଟିଏ କଥା କିନ୍ତୁ ସ୍ପଷ୍ଟ ମାମଲାର ସମାଧାନ ପାଇଁ ଏବେଠାରୁ ୮ ସପ୍ତାହ ମାନେ ମେ ମାସ  ହୋଇଯିବ। ଆଉ ସେତେବେଳକୁ ନିର୍ବାଚନ ଶେଷ ହୋଇଯାଇଥିବ ।

{"id":91722}

ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହୀ ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍ ଓ ୱାକଫ୍ ବୋର୍ଡ ଏବଂ ରାମଲାଲା ବିରାଜମାନ  ମଧ୍ୟରେ ତିନି ଭାଗରେ ବାଣ୍ଟିଦେବା ପାଇଁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା ।

{"id":91723}

ତେବେ ଗତ ବୁଧବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ବୁଧବାର ବିଭିନ୍ନ ପକ୍ଷର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ୭୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି।

{"id":91724}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.