ଜେଲ୍ ସୁଧାର କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଓଡିଶାର ୩ ଜେଲ୍ ଅଧିକାରୀଙ୍କୁ ମିଳିବ ପଦକ

Published By : Prameya-News7 Bureau | August 14, 2019 IST

ନୂଆଦିଲ୍ଲୀ ୧୪|୮: ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଜେଲ ସୁଧାର କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ୩ ଜେଲ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ । ଏହି ଅଧିକାରୀ ମାନେ ହେଉଛନ୍ତି ସମ୍ବଲପୁର ସର୍କଲ ଜେଲର ଉନ୍ନୟନ ଅଧିକାରୀ ସଂଗ୍ରାମ ମଲ୍ଲିକ, ବଲାଙ୍ଗୀର ଜିଲ୍ଲାର ସହାୟକ ଜେଲର ନିରଞ୍ଜନ କିଶାନ ଓ କଟକ ସର୍କଲ ଜେଲ୍ର ୱାର୍ଡର ସଦାଶିବ ପ୍ରଧାନ । ଚଳିତବର୍ଷ ଏହି କ୍ଷେତ୍ରରେ ବିଶେଷ ସେବା କରିଥିବା ୩ ଜଣ ଜେଲ ଅଧିକାରୀଙ୍କୁ ଏବଂ ପ୍ରଶଂସନୀୟ ସେବା କରିଥିବା ୩୭ ଜଣ ଜେଲ ଅଧିକାରୀଙ୍କୁ ସମ୍ମାନିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.