ତିନି ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କଲା ଚୌଦ୍ବାର ପୋଲିସ

Published By : Prameya-News7 Bureau | April 02, 2019 IST

ଚୌଦ୍ବାର ୨|୪:  ତିନି ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କଲା ଚୌଦ୍ବାର ପୋଲିସ । ସେମାନଙ୍କଠାରୁ ବନ୍ଧୁକ ସମେତ ବହୁ ମାରଣାସ୍ତ୍ର, ମୋବାଇଲ, ଦୁଇଟି ବାଇକ୍ ଜବତ କରିଛି ପୋଲିସ। କିଛି ଅପରାଧୀ ଚୌଦ୍ବାର ଥାନା ବଧୀ ପଡିଆରେ ଡକାୟତି ପାଇଁ ଯୋଜନା କରୁଥିବାର ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା । ୫ ଜଣଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରିଥିଲେ ମଧ୍ୟ ଅନ୍ୟ ୨ଜଣ ଖସିଯିବାରେ ସକ୍ଷମ ହୋଇଥିଲେ।

{"id":99336}

ଗିରଫ ୩ ଜଣ ହେଲେ ଆଠଗଡ଼ ଥାନା ସମାସେରପୁର ଗ୍ରାମର କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ଢେଙ୍କାନାଳ ସଦର ଥାନା କଙ୍କଡାହାଡ ଗ୍ରାମର ଜିତେନ୍ଦ୍ର ନାୟକ। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଅନେକ ମାମଲା ଥିବା ତଦନ୍ତରୁ ଜଣାପଡିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୪ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ୩ଟି ମୋବାଇଲ, ୨ଟି ବାଇକ୍ ଜବତ ହୋଇଛି। ଗିରଫ ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.