Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୧୭ ବର୍ଷ ପୂର୍ବରୁ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୁଇ ଭାଇ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

13/10/2021 at 4:23 PM

ଇଟାୱା ୧୩/୧୦ : ଉତ୍ତର ପ୍ରଦେଶ ଇଟାୱା ଜିଲ୍ଲା ଅଦାଲତ ୨୦୦୪ ରେ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୁଇ ଭାଇ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡ ସହ କୋର୍ଟ ୩ ଜଣଙ୍କୁ ୧୦-୧୦ ହଜାର ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ରାଶି ନଦେଲେ ୩ଜଣଙ୍କୁ ଅତିରିକ୍ତ ୩-୩ ବର୍ଷ ଦଣ୍ଡ ଭୋଗିବାକୁ ପଡିବ।

ଏହି ତିନି ଦୁଷ୍କର୍ମକାରୀଙ୍କ ଆଜୀବନ କାରାଦଣ୍ଡ ଇଟାୱା ପୋଲିସର ଦୃଢ ଓକିଲାତିର ଫଳାଫଳ ବୋଲି ଜଣାପଡିଛି। ଇଟାୱାର ଆସିଷ୍ଟାଣ୍ଟ ଜିଲ୍ଲା ସରକାରୀ ଆଡଭୋକେଟ୍ ତରୁଣ କୁମାର ଶୁକ୍ଲା କହିଛନ୍ତି ଯେ ଚୋୖବିୟା ପୋଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗାଁର ଜଣେ କୃଷକଙ୍କର ୧୫ ବର୍ଷର ଝିଅ ୨୦୦୪ ମସିହାରେ ଏକାଦଶ ଶ୍ରେଣୀରେ ପଢୁଥିଲେ। ୨୦୦୪ ନଭେମ୍ବର ୬ ରେ ସେ ନିଜର ଦୁଇ ସାନ ଭାଇ ସହ ସ୍କୁଲ ଯାଉଥିଲେ। ଚୋୖବିୟା ଥାନା ଅନ୍ତର୍ଗତ କାକରପୁରା ଗାଁର ବାସିନ୍ଦା ସଞ୍ଜୀବ, ଉମେଶ ଓ ଗୁଡୁ ସେମାନଙ୍କୁ ଦେଶୀ ପିସ୍ତଲ ଦେଖାଇ ଅଟକାଇ ଦେଇଥିଲେ। ଛାତ୍ରୀଙ୍କୁ ବାଇକରେ ବସାଇ ଅପହରଣ କରି ସେଠାରୁ ଏକ ଘରକୁ ନେଇ ଯାଇଥିଲେ।

ବାଇକ ଗୁଡ୍ଡୁ ଚଲାଉଥିଲା। ସଞ୍ଜୀବ ପିସ୍ତଲ ଦେଖାଇ ଛାତ୍ରୀଙ୍କୁ ପିଟିଥିଲା ଓ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଏହାସହ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ଗୁଡ୍ଡୁ ମଧ୍ୟ ପିଟିଥିଲେ ଓ କାହାକୁ କହିଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲା। ନଭେମ୍ବର ୮ ତାରିଖରେ ଉମେଶ ଆସିଲା ଓ କହିଥିଲା ଯେ ମାମଲାରେ ପୋଲିସ ସେମାନଙ୍କୁ ଖୋଜୁଛି। ରାତିରେ ପିସ୍ତଲ ଦେଖାଇ ବାଇକରେ ବସାଇ ଗାଁ ନିକଟରେ ଛାତ୍ରୀଙ୍କୁ ବାଇକରୁ ଫୋପାଡ଼ି ଦେଇଥିଲେ।

ନଭେମ୍ବର ୧୦ ତାରିଖରେ ପୀଡିତା ନିଜ ପରିବାର ସହ ଚୋୖବିୟା ଥାନା ଯାଇଥିଲେ। କିନ୍ତୁ ପୋଲିସ ମାମଲା ରୁଜ୍ଜୁ କରିନଥିଲା। ପରିବାର ଲୋକେ ତତ୍କାଳ ଏସଏସପିଙ୍କୁ ମାମଲା ସମ୍ପର୍କରେ ଜଣାଇଥିଲେ। ତାପରେ ୧୧ ତାରିଖରେ ପୋଲିସ ମାମଲା ରୁଜ୍ଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୩ ଜଣଙ୍କୁ ହାଇକୋର୍ଟ ଜାମିନ ଦେଇଥିଲେ। କିନ୍ତୁ ଜିଲ୍ଲା ଅଦାଲତ ବର୍ତ୍ତମାନ ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

   Related Posts