Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବିଧବା ମହିଳାଙ୍କ ବ୍ୟାଙ୍କ ଖାତାରୁ ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା

13/12/2019 at 7:45 PM

ଜୟପୁର୧୩/୧୨: ପୁଣିଥରେ ଜୟପୁରରେ ସାଇବର ଠକେଇ ଅଭିଯୋଗ । ବିଧବା ମହିଳାଙ୍କ ବ୍ୟାଙ୍କ ଖାତାରୁ ସାଢେ ୩ ଲକ୍ଷରୁ ଅଧିକ ଟଙ୍କା କୌଶଳ କ୍ରମେ ଠକିନେଲେ ଦୁର୍ବୁତ୍ତ । ଏମିତି କିଛି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଜୟପୁର ଟାଉନ ଥାନା ପୋଲିସ । ଚଞ୍ଚକତା କରି ସାଢେ ୩ ଲକ୍ଷ ଟଙ୍କାରୁ ଅଧିକ ଠକି ନେଇଛନ୍ତି ଦୁର୍ବୃତ୍ତ । ଏବେ ଟଙ୍କା ଫେରି ପାଇବା ଆଶାରେ ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ଠକାମିର ଶିକାର ମହିଳା ଦଇମତି ଜାନି ।

ମହିଳାଙ୍କ ଅଭିଯୋଗ ଅନୁସାରେ କେନାଲରେ ବୁଡି ଯିବାରୁ ତାଙ୍କ ସ୍ବାମୀଙ୍କ ଗତ ବର୍ଷ ମୃତ୍ୟୁ ହୋଇଥିଲା । ଆଉ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାର ତାଙ୍କୁ ୪ ଲକ୍ଷ ଏବଂ ଇନ୍‌ସୁରାନ୍ସ କଂପାନୀ ତରଫରୁ ୭୯୩୮ ଟଙ୍କା ମିଳିଥିଲା। ଆଉ ଏଥରୁ ସଂପୃକ୍ତ ମହିଳା ମାତ୍ର ୫୦ ହଜାର ଟଙ୍କା ଉଠାଇଥିଲେ । କିନ୍ତୁ ଦୁର୍ବୁତ୍ତ ଚଂଚକତା କରି ଗତ ମେ ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ସୁଧା ୩ ଲକ୍ଷ ୬୧ ହଜାର ଟଙ୍କା ଉଠାଇ ନେଇଥିବା ସେ ଅଭିଯେ।ଗ କରିଛନ୍ତି । 

ସଂପୃକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଜୟପୁର ରେଳ ଷ୍ଟେସନ ଛକ ନିକଟରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର କିଓସ୍କୋରେ ରହିଛି । ଆଉ ମହିଳାଙ୍କ ସମସ୍ତ ଆକାଉଣ୍ଟ ଡିଟେଲ୍ସ ଏବଂ ଏଟିଏମ୍ କାର୍ଡ ତାଙ୍କ ଦିଅର ଭୀମ ଜାନିଙ୍କ ପାଖରେ ରହିଛି । ତେବେ କିଛି ଟଙ୍କା କିଓସ୍କୋରୁ ଉଠା ଯାଇଥିବା ବେଳେ କିଛି ଏଟିଏମରୁ ଉଠା ଯାଇଛି । ଆଉ ସମୁଦାୟ ଘଟଣାରେ ବ୍ୟାଙ୍କ କିଓସ୍କୋର ସଂପୃକ୍ତି ସନ୍ଦେହ କରିଛନ୍ତି ଗ୍ରାମବାସୀ । ସେପଟେ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଥିଲେ ବି କିଛି ସୁରାକ ମିଳିନି ।

ଜୟପୁରରେ ପୂର୍ବରୁ ଅନେକ ଥର ସାଇବର ଓ ବ୍ୟାଙ୍କ ଠକେଇ ଅଭିଯୋଗ ହୋଇଛି । ତଥାପି ଏଥିରେ ରୋକ ଲାଗି ପାରୁନି। ଯାହାକି ସହରବାସୀ ଓ ପୋଲିସ ପାଇଁ ମୁଣ୍ଡ ବଥାର କାରଣ ହୋଇଛି ।

   Related Posts