ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା
17/07/2020 at 10:40 AM

ସାଲେପୁର୧୭/୭: ବ୍ୟବସାୟୀଙ୍କଠାରୁ ଲୁଟ୍। କଟକ ଚାନ୍ଦବାଲି ରାସ୍ତାର ସାଲେପୁର ନାନ୍ଦୋଳଗଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଫଳ ବ୍ୟବସାୟଙ୍କଠୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ। ଲୁଟ୍ ଶିକାର ହୋଇଥିବା ବ୍ୟକ୍ତି ହେଲେ ହେଲେ କେନ୍ଦ୍ରାପଡା ଅଞ୍ଚଳର ସେକ ମୁସ୍ତାକ। ସେ ଏଜ ପିକ ଅପ ଭ୍ୟାନ ଯୋଗେ ଫଳ କିଣିବାକୁ କଟକ ପାଇଁ ଯାଉଥିଲେ। ତାଙ୍କୁ ପିଛା କରି ଆସୁଥିବା ଦୁର୍ବୃତ୍ତମାନେ ଗାଡି ଅଟକାଇ ତାଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଘଟଣା ର ତଦନ୍ତ ଚଳାଇ ଥିବାବେଳେ ଦୁର୍ବତ୍ତମାନଙ୍କ ଟେର ପାଇପାରିନାହିଁ ।