Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ୩ ଲକ୍ଷ ଟଙ୍କା, ଅଟୋରେ ବସୁଥିବା ବେଳେ ଝାମ୍ପିନେଲେ ଲୁଟେରା

7/12/2021 at 6:36 PM

କୁଜଙ୍ଗ, ୦୭/୧୨: କୁଜଙ୍ଗ ଥାନା ଅନ୍ତର୍ଗତ କୁଜଙ୍ଗ ବଜାର ପାତ୍ର ଛକରୁ ଆଜି ଦିନ ଗୋଟାଏ ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ହାତରୁ ୩ ଲକ୍ଷ ଟଙ୍କା ନଗଦ ଲୁଟ ହେଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଡବନ୍ଧ ଗ୍ରାମର ୬୪ ବର୍ଷୀୟ ଶଙ୍କର ପ୍ରସାଦ ମହାନ୍ତି। ଶ୍ରୀ ମହାନ୍ତି ଆସନ୍ତା ୨୧ ତାରିଖରେ ହେବାକୁ ଥିବା ନିଜ ଝିଅ ବିଭାଘର ପାଇଁ ଏହି ଟଙ୍କା ଆଜି ଦିନ ଗୋଟାଏ ବେଳେ ନିକଟସ୍ଥ SBI ବ୍ୟାଙ୍କରୁ ଉଠାଇଥିଲେ ।

ବ୍ୟାଙ୍କରୁ ନଗଦ ୩ ଲକ୍ଷ ଟଙ୍କା ଏକ ଜରି ବ୍ୟାଗରେ ଗୁଡ଼ାଇ ବାହାରକୁ ଆସିଥିଲେ। ଅଟୋରେ ବସିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଯୁବକ ହେଲମେଟ ପିନ୍ଧି ଏକ ପଲସର ୨୨୦ ବାଇକରେ ଟଙ୍କା ବ୍ୟାଗକୁ ଝାମ୍ପି ଦ୍ରୁତ ଗତିରେ ପଳାଇଥିଲେ। ଏନେଇ ଶ୍ରୀ ମହାନ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ଲୁଟେରାଙ୍କ ଫୋଟୋ ମଧ୍ୟ ସିସିଟିଭି ଫୁଟେଜରୁ ମିଳିସାରିଛି। ଖୁବ ଶୀଘ୍ର ପୁଲିସ ଏହି ଘଟଣାର ପର୍ଦ୍ଦାଫାସ କରିବ ବୋଲି ଚର୍ଚ୍ଚା ହେଉଛି।

   Related Posts