Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସୋଲାର ପ୍ୟାନେଲ୍ ଓ ବ୍ୟାଟେରୀ ଚୋରି କରିଥିଲେ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

16/06/2021 at 8:13 AM

କରଞ୍ଜିଆ,୧୬|୦୬: ନିଜ ଗାଁରୁ କରୁଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ ଚୋରି ।  ଗାଁ ଲୋକଙ୍କ ଅଭିଯୋଗ ପରେ ୩ ଯୁବକଙ୍କୁ ଧରିଲା ପୋଲିସ । ଗୋଟିଏ ସୋଲାର ପ୍ୟାନେଲ ସହ ଦୁଇଟି ବ୍ୟାଟେରୀ ଜବତ କରାଯାଇଛି । ଏପରି ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ଖୁଣ୍ଟାପୋଷି ଗାଁରେ ।

ସୂଚନା ଅନୁସାରେ, ଗାଁର ୩ ଜଣ ଯୁବକ ରାସ୍ତାରେ ଲାଗିଥିବା ସୋଲାର ପ୍ୟାନେଲ ଓ ବ୍ୟାଟେରୀ ଗୁଡିକ ଚୋରି କରି ସେଗୁଡିକୁ ବିଭିନ୍ନ ସ୍ଥାନରେ ଥିବା ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ । କୌଣସି ସୂତ୍ରରୁ ଖବର ପାଇ ଗାଁ ଲୋକେ ପ୍ରଥମେ ସେହି ଗାଁର ଜଣେ ଯୁବକକୁ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଉକ୍ତ ଯୁବକକୁ ଥାନାକୁ ଆଣି ପଚରାଉଚରା କରି ସେହି ଗାଁର ଆଉ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା ।

ସେମାନଙ୍କ ଠାରୁ ଗୋଟିଏ ସୋଲାର ପ୍ୟାନେଲ ଓ ଦୁଇଟି ବ୍ୟାଟେରୀ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଭିଯୁକ୍ତ ମାନେ ଖୁଣ୍ଟାପୋଷି ଗାଁର ମଙ୍ଗଲ ମାଝୀ, ଶ୍ରୀକୃଷ୍ଣ ମହାରଣା ଓ ଶଙ୍ଖୁଦାନ ମାଝି ବୋଲି ଠାକୁରମୁଣ୍ଡା ପୋଲିସ ସୂଚନା ଦେଇଛି ।

   Related Posts