କରୋନା ଯୋଦ୍ଧାଙ୍କ ବିୟୋଗରେ ଶୋକସଭା: କରୋନା କାଳରେ କାମ କରୁ କରୁ ଚାଲିଗଲା ୩ ସାମ୍ବାଦିକଙ୍କ ଜୀବନ

Published By : Prameya-News7 Bureau | October 12, 2020 IST

ଯାଜପୁର୧୨/୧୦: କରୋନା କାଳରେ ଚାଲିଗଲା ୩ କରୋନା ଯୋଦ୍ଧାଙ୍କ ଜୀବନ। କରୋନା ସମୟରେ ଦିନ-ରାତି ଏକ କରି ଅହରହ ଲୋକମାନଙ୍କ ପାଖରେ ଖବର ପହଁଞ୍ଚାଉଥିବା ୩ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। କରୋନା ସମୟରେ ସହର- ବଜାର ହେଉ କିମ୍ବା ଗାଁ-ଗହଳି ସବୁଆଡେ ବୁଲି ବୁଲି ଖବର ସଂଗ୍ରହ କରୁଥିଲେ ଏହି ୩ ଜଣ କରୋନା ଯୋଦ୍ଧା।

{"id":343076,"sizeSlug":"large"}

ଆଜି ଏହି ତିନି କରୋନା ଯୋଦ୍ଧାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଯାଜପୁର ସାମ୍ବାଦିକ ସଂଘ କର୍ମକର୍ତ୍ତାମାନେ।ସଂଘର କର୍ମକର୍ତ୍ତାମାନେ ୩ ଜଣଙ୍କ ବିୟୋଗରେ ଶୋକସଭା କରି ସେମାନଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

{"id":343077,"sizeSlug":"large"}

ଯାଜପୁର ପୌରାଞ୍ଚଳରେ କରୋନା ମହାମାରୀ ସମୟରେ ୩ ଜଣ ସାମ୍ବାଦିକ କରୋନା ଯୋଦ୍ଧାରେ ଆଗ ପଛ ହୋଇ ଜୀବନ ହାରିଛନ୍ତି। ସେମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ଯାଜପୁର ସହରର ଜଗନ୍ନାଥ ମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।

{"id":343079,"sizeSlug":"large"}

ସେମାନଙ୍କ ‍ଆତ୍ମାର ସଦଗତି ପାଇଁ ୩ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ପରିବାରକୁ ମା' ବିରଜା ଶକ୍ତି ଦିଅନ୍ତୁ ବୋଲି ମତ ପ୍ରକାଶ ପାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.