ରାଇଫଲ ମ୍ୟାନ ଔରାଙ୍ଗଜେବଙ୍କ ଅପହରଣ ଓ ହତ୍ୟା ମାମଲାରେ ୩ ଯବାନ ଗିରଫ: ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ଥିବା ସନ୍ଦେହ

Published By : Prameya-News7 Bureau | February 06, 2019 IST

ଶ୍ରୀନଗର ୬/୨ : ରାଇଫଲ ମ୍ୟାନ ଔରାଙ୍ଗଜେବଙ୍କ ହତ୍ୟା ମାମଲାରେ ରାଷ୍ଟ୍ରୀୟ ରାଇଫଲର ୩ଜଣ ଯବାନଙ୍କୁ ଗିରଫ କରାଯାଇଛି | ଏହି ୩ ଜଣ ଯବାନ ଔରାଙ୍ଗଜେବଙ୍କ ଅପହରଣ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଚରାଉଚୁରା କରିବା ପାଇଁ ପୋଲିସ ଗିରଫ କରିଛି | ଗତ ବର୍ଷ ଜୁନ ମାସରେ ଔରାଙ୍ଗଜେବଙ୍କୁ ହତ୍ୟା କରାଯାଇଥିଲା | ସେତେବେଳେ ସେ ଇଦ ପାଇଁ ଛୁଟି ନେଇ ଘରକୁ ଯାଇଥିଲେ | ଏହି ୩ ଜଣ ଯବାନ ଔରାଙ୍ଗଜେବ ସମ୍ପର୍କିତ ଖବର ଆତଙ୍କବାଦୀଙ୍କୁ ଦେଇଥିବା ସନ୍ଦେହ କରିଥିଲା ସେନା | ଯବାନ ଔରାଙ୍ଗଜେବ ନିଜ କ୍ୟାମ୍ପରୁ ବାହାରି ପୁଞ୍ଚ ଯାଉଥିଲେ |

{"id":82354,"width":584,"height":438}

ଔରାଙ୍ଗଜେବଙ୍କ ଘର ପୁଞ୍ଚରେ | ଘରକୁ ଯିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା | ଅପହରଣ ପରେ ଔରାଙ୍ଗଜେବଙ୍କୁ ହତ୍ୟା କରାଯାଇଥିଲା | ଔରାଙ୍ଗଜେବଙ୍କୁ ଗତବର୍ଷ ସାଧାରଣତନ୍ତ୍ର ଦିବସରେ ମାରଣୋତ୍ତର ସୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା | ଔରାଙ୍ଗଜେବଙ୍କ ହତ୍ୟା ପରେ ଦେଶବାସୀ କ୍ରୋଧିତ ହୋଇଯାଇଥିଲେ |

{"id":82355,"width":578,"height":434}


ଗତ ରବିବାର ଦିନ ଔରାଙ୍ଗଜେବଙ୍କ ପିତା ମହମ୍ମଦ ହନିଫ ବିଜେପିରେ ଯୋଗ ଦେଇଛନ୍ତି | ରବିବାର ଦିନ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବିଜୟପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଲିରେ ମହମ୍ମଦ ହନିଫ ବିଜେପିରେ ଯୋଗ ଦେଇଥିଲେ |

{"id":82356}


ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ରାଇଫଲସର ଆଵିଦ ବାନୀ, ତାଜାମୂଲ ଅହମଦ ଏବଂ ତବସିଫ ଆମିଦଙ୍କୁ ପୋଲିସ ପଚରାଉଚୁରା କରୁଛି | ଏମାନଙ୍କ ମଧ୍ୟରୁ ୨ ଜଣ ପୁଲବାମା ଅଂଚଳର ଏବଂ ଅନ୍ୟ ଜଣେ କୁଲଗାମ ଅଂଚଳର | ତବସିଫ ଅହମଦଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଯେତେବେଳେ ସେମାନେ ରାଷ୍ଟ୍ରୀୟ ରାଇଫଲସର ପୁଲବାମା ସ୍ଥିତ କ୍ୟାମ୍ପକୁ ଆସିଥିଲେ ସେତେବେଳେ ସେଠାରେ ତାଙ୍କୁ ମାରପିଟ କରାଯାଇଥିଲା | ସ୍ଥାନୀୟ ନାଗରିକ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ |

{"id":82357}


ଔରାଙ୍ଗଜେବଙ୍କ ପରିବାର ଅନେକ ବର୍ଷ ହେଲା ଭାରତୀୟ ସେନା ସହିତ ଜଡିତ | ତାଙ୍କ ପିତା ସେନାରେ ଥିଲେ | ଔରାଙ୍ଗଜେବଙ୍କ ଦାଦା ଆତଙ୍କବାଦୀଙ୍କ ଗୁଳିରେ ୨୦୦୪ ମସିହାରେ ସହିଦ ହୋଇଯାଇଥିଲେ | ଔରାଙ୍ଗଜେବଙ୍କ ଭାଇ ମଧ୍ୟ ସେନାରେ ଥିଲେ | ଔରାଙ୍ଗଜେବ ମେଜର ରୋହିତଙ୍କ ଟିମରେ ସାମିଲ ଥିଲେ | ମେଜର ରୋହିତଙ୍କ ଟିମ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ସମୀର ଟାଇଗରଙ୍କୁ ମାରିବାରେ ସକ୍ଷମ ହୋଇଥିଲେ | ଔରାଙ୍ଗଜେବ ନିଜ ଡ୍ୟୁଟି ସାରି ଘରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିଥିଲେ | ସେତେବେଳେ ଔରାଙ୍ଗଜେବଙ୍କ ପାଖରେ କୌଣସି ହତିଆର ମଧ୍ୟ ନଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.