ଭୁବନେଶ୍ବରରେ ଚାଞ୍ଚଲ୍ୟ: ଭୁଜାଲିରେ ଯୁବକଙ୍କ ପିଠି-ହାତକୁ ଆକ୍ରମଣ, ୩ ଜଣଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | October 18, 2020 IST

ଭୁବନେଶ୍ବର୧୮/୧୦: ଭୁବନେଶ୍ୱର ଜାଗମରା ନୂଆ ଏୟାର ପୋର୍ଟ ରୋଡ଼ରେ ତିନିଜଣ ଯୁବକ ମିଶି ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଆଜି ସନ୍ଧ୍ୟା ସାଢ଼େ ସାତଟା ବେଳେ ନୂଆ ଏୟାର ପୋର୍ଟରୋଡ଼ରେ ଥିବା ସପିଙ୍ଗମଲ ସାମ୍ନାରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କୁ ପିଠି ଏବଂ ଡାହାଣ ହାତକୁ ହାଣି ଦେଇଛନ୍ତି ଦୁର୍ବୃତ୍ତମାନେ। ଆକ୍ରମଣ କରୁଥିବା ସମୟରେ ସ୍ଥାନୀୟ ଲୋକ ତିନି ଯୁବକଙ୍କୁ କାବୁ କରି ନେଇ ପିସିଆରକୁ କଲ କରିଥିଲେ ।

ପୋଲିସ ଆସିବା ପୂର୍ବରୁ ଭୁଜାଲିକୁ ପାଖ ସନ୍ତସନ୍ତିଆ ସ୍ଥାନକୁ ଫିଙ୍ଗି ଦେଇଛନ୍ତି ତିନି ଆକ୍ରମଣକାରୀ । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତିନି ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ଗୋଟିଏ ବାଇକ ଓ ସ୍କୁଟି ଜବତ କରିଛି । ଆକ୍ରମଣ କଣ ପାଇଁ କରିଛନ୍ତି ତାର କାରଣ ଜଣାପଡିନାହିଁ । ନୂଆ ଏୟାର ପୋର୍ଟରୋଡ଼ରେ ଥିବା ଫାଷ୍ଟଫୁଡ଼ ଜୋନରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.