Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗର ଟପ୍-୨୦୦ରେ ଆଇଆଇଟି ବମ୍ବେ ସହ ଭାରତର ତିନି ବିଶ୍ଵ ବିଦ୍ୟାଳୟ ସାମିଲ

9/06/2021 at 11:44 PM

ନୂଆଦିଲ୍ଲୀ ୦୯।୦୬: କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗର ସର୍ବଶ୍ରେଷ୍ଠ ୨୦୦ ଶିକ୍ଷା ସଂସ୍ଥାନ ମଧ୍ୟରେ ଭାରତର ତିନୋଟି ବିଶ୍ଵ ବିଦ୍ୟାଳୟ ସ୍ଥାନ ପାଇଛନ୍ତି। ଏହି ସଂସ୍ଥାନ ଗୁଡ଼ିକ ହେଲା- ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଏସସି ବେଙ୍ଗାଲୁରୁ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କ। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିବା ସହିତ ଶ୍ରେଷ୍ଠ ୧୦୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୨୨ଟି ବିଶ୍ୱ ବିଦ୍ୟାଳାୟ ରହିଥିବା ସେ ସୂଚନା ଦେଇଛନ୍ତି।

କ୍ୟୁଏସ୍ ଦ୍ଵାରା ବୁଧବାର ଜାରି ବିଶ୍ଵ ରାଙ୍କିଙ୍ଗ୍‌ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସକୁ ସର୍ବୋତ୍ତମ ରିସର୍ଚ୍ଚ ୟୁନିଭର୍ସିଟିର ମାନ୍ୟତା ମିଳିଛି। ଏଥିପାଇଁ ଫ୍ୟାକ୍‌ଲଟିର ସାଇଟେସନକୁ ଆଧାର କରି ଏହି ମାନ୍ୟତା ଦିଆଯାଇଛି। ଏଥିରେ ଏହି ଭାରତୀୟ ବିଶ୍ଵ ବିଦ୍ୟାଳୟକୁ ୧୦୦ରୁ ୧୦୦ ମାର୍କ ମିଳିଛି। ଉଲ୍ଲେଖନୀୟ ଭାରତର ଏହି ତିନି ବିଶ୍ଵ ବିଦ୍ୟାଳୟ କ୍ରମାଗତ ପାଞ୍ଚ ବର୍ଷ ବିଶ୍ଵର ଶୀର୍ଷ ୨୦୦ ବିଶ୍ଵ ବିଦ୍ୟାଳୟରେ ସ୍ଥାନ ପାଇ ଆସୁଛନ୍ତି।

ଶିକ୍ଷା ମନ୍ତ୍ରୀ ନିଶଙ୍କ କହିଛନ୍ତି, ଭାରତୀୟ ସଂସ୍ଥାନ କ୍ରମାଗତ ବିଶ୍ଵ ରାଙ୍କିଙ୍ଗରେ ସ୍ଥାନ ପାଇ ଆସୁଛନ୍ତି। ନିକଟରେ ଟାଇମ୍ସ ଉଚ୍ଚ ଶିକ୍ଷା ମାନ୍ୟତାରେ ଶୀର୍ଷ ୨୦୦ରେ ଭାରତର ୧୮ ସଂସ୍ଥାନ ସ୍ଥାନ ପାଇବାରେ ସଫଳ ହୋଇଥିଲେ। ସବୁ ପ୍ରକାରର ମାନ୍ୟତାରେ ବିଶ୍ଵ ବିଦ୍ୟାଳୟକୁ ସ୍ଥାନ ମିଳିବା ସ୍ପଷ୍ଟ କରୁଛି ଯେ, ଏହି ସଂସ୍ଥାନର ପ୍ରଦର୍ଶନରେ ଆହୁରି ଉନ୍ନତି ଘଟି ଚାଲିଛି।

   Related Posts