ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ତିନି ଆହାତ

Published By : Prameya-News7 Bureau | October 16, 2021 IST

ସାନଖେମୁଣ୍ଡି ,୧୬/୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବାଙ୍କୀ ବେହେରା ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି l ଏଥିରେ ତିନିଜଣ ଆହାତ ହୋଇଛନ୍ତି l ଚିକିତ୍ସା ନିମନ୍ତେ ୨ ଜଣଙ୍କୁ କବିସୂର୍ଯ୍ୟନଗର ଚିକିତ୍ସାଳୟ ଓ ଜଣଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l

ଗତକାଲି ସାନ୍ଧ୍ୟରେ ସେହି ସାହିର ବାବୁ ନାୟକଙ୍କ ଏବଂ ଅଶୋକ ନାୟକଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ମାରପିଟ ହୋଇ ଅଶୋକ ଆହାତ ହୋଇଥିଲେ l ଗତକାଲି ଘଟଣାକୁ କେନ୍ଦ୍ରକରି ଆଜି ଅଶୋକଙ୍କୁ କିଛି ଯୁବକଙ୍କ ସହିତ ମିଶି ବାବୁ ନାୟକ ଓ ତାଙ୍କ ବଡ ପୁଅ ଶିବ ନାୟକଙ୍କ ଉପରକୁ ମରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ l ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ରାଜେନ୍ଦ୍ର ସେନାପତି ନାମକ ଜେଣେ ବ୍ୟକ୍ତି ଆହାତ ହୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଶିବ ନାୟକ ଗୁରୁତର ଭାବେ ଆହାତ ହୋଇଥିଲେ ।

ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ଆକ୍ରମଣକୁ ନେଇ ଥାନରେ କୌଣସି ଏତଲା ଦିଆଯାଇନଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି l ଅନ୍ୟପଟେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଏହି ଆକ୍ରମଣ କରାଯାଇଥିବା ଓ ଆକ୍ରମଣକାରୀକୁ ଯଥାଶୀଘ୍ର ଗିରଫ ଦାବି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.